Latest Odisha News

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଆକ୍ରମଣ, ୨ ଯବାନ ଆହତ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ କନଭୟ ଉପରକୁ ଗୁଳିମାଡ । କାଙ୍ଗପୋକି ଜିଲ୍ଲାର କୁକୀ ସମ୍ପ୍ରଦାୟର ସନ୍ଦିଗ୍ଧ ଆତଙ୍କାବଦୀଙ୍କ ପକ୍ଷରୁ ଏହି ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଦୁଇ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ତେବେ ଗୁଳିମାଡ଼ ସମୟରେ କନଭୟରେ ମୁଖ୍ୟମନ୍ତ୍ରୀ ନ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବିରେନ ସିଂହ ମଙ୍ଗଳବାର ମଣିପୁରର ହିଂସା ପ୍ରଭାବିତ ଜିରିବାମ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ଥିଲା । ଏହା ପୂର୍ବରୁ ଆଗୁଆ ସୁରକ୍ଷା ଟିମ୍‌ କୁ ଉକ୍ତ ସ୍ଥାମକୁ ପଠାଯାଇଥିଲା । ସୁରକ୍ଷାକର୍ମୀମାନେ ଯାଉଥିବା ସମୟରେ କାଙ୍ଗପୋକି ଜିଲ୍ଲାର କୋଟଲେନ ଗାଁ ନିକଟରେ ସନ୍ଦିଗ୍ଧ ଆତଙ୍କବାଦୀ ମାନେ କନଭୟ‌ ଉପରକୁ ଗୁଳିମାଡ଼ କରିଥିଲେ । ସୁରକ୍ଷାକର୍ମୀମାନେ ମଧ୍ୟ ଏହାର ପାଲଟା ଯବାବ ଦେଇଥିଲେ ।

ଏଥିରେ ଦୁଇ ଜଣଙ୍କ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା କରାଯାଇଥିବାବେଳେ, ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଇମ୍ପାଲ ହସ୍ପିଟାଲ୍‌ କୁ ପଠାଯାଇଛି ।

ସୂଚନାଯୋଗ୍ୟ, କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରବିବାର ମଣିପୁରରେ ହିଂସା ଦେଖିବାକୁ ମିଳିଛି । ଜିରିବାମ ଜିଲ୍ଲାରେ ଦୁଇଟି ପୋଲିସ ଆଉଟ୍ ପୋଷ୍ଟ, ଗୋଟିଏ ଫରେଷ୍ଟ ଅଫିସ୍‌ ସହ ୭୦ଟି ଘର ଜାଳି ଦେଇଥିଲେ ଦୁର୍ବୁତ୍ତ । ଏହି ହିଂସାର ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀ ବିରେନ୍‌ ସିଂ ମଙ୍ଗଳବାର ସେଠାକୁ ଗସ୍ତ କରିବାକୁ ଯୋଜନା ରହିଥିଲା ।

Leave A Reply

Your email address will not be published.