Latest Odisha News

ଏହି ରାଜ୍ୟରେ ଜୁଲାଇ ୧୮ରୁ ୧୦ ଦିନ ଯାଏ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ବୃଦ୍ଧି ହେତୁ ମଣିପୁର ସରକାର ରାଜ୍ୟରେ କରୋନା ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଜୁଲାଇ ୧୮ ରୁ ୧୦ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ତେଣୁ ରାଜ୍ୟ ସରକାର ଜୁଲାଇ ୧୮, ୨୦୨୧ ରୁ ୧୦ ଦିନ ପର୍ଯ୍ୟନ୍ତ କରୋନା କର୍ଫ୍ୟୁ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ କହିଛନ୍ତି ଯେ କର୍ଫ୍ୟୁ ଅବଧି ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ଅନୁଷ୍ଠାନ ବନ୍ଦ ରହିବ। ମଣିପୁର ସିଏମ୍ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଟିକାକରଣ ଏବଂ ପରୀକ୍ଷା ପାଇଁ ବାହାରକୁ ଆସୁଥିବା ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯିବ।

Comments are closed.