Latest Odisha News

ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା: ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼, ବିଜେପି ଓ ଏନପିପି ପରସ୍ପରକୁ ଦୋଷ ଲଦିଲେ

ମଣିପୁର: ନିର୍ବାଚନ ପୂର୍ବରୁ ମଣିପୁରରେ ହିଂସା । ସେଠାକାର ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ଚାଲିଥିବା ହିଂସା ପାଇଁ ଶାସକ ଭାରତୀୟ ଜନତା ପାର୍ଟି ଓ ନ୍ୟାସନାଲ ପିପୁଲ ପାର୍ଟି ଶନିବାର ପରସ୍ପରକୁ ଦାୟୀ କରିଛନ୍ତି ।

ଖବର ଅନୁସାରେ, ପୂର୍ବ ଇମ୍ଫାଲର ଆଣ୍ଡ୍ରୋ ନିର୍ବାଚନୀ ଅଞ୍ଚଳରେ ଶୁକ୍ରବାର ବ୍ୟାପକ ହିଂସାକାଣ୍ଡ ଘଟି ୭ ଜଣ ଆହତ ହେବା ସହିତ ଘର ଓ କାର କ୍ଷତିଗ୍ରସ୍ତ ହୋଇଥିଲା ।

ଶନିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ କହିଛନ୍ତି ଆଣ୍ଡ୍ରୋ ବିଧାନସଭା ନିର୍ବାଚନୀ ମଣ୍ଡଳୀରେ ହୋଇଥିବା ହିଂସା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତେବେ ଏହି ହିଂସାରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ । ବିରୋଧୀ ପ୍ରାର୍ଥୀମାନେ ସେମାନଙ୍କ ସୁରକ୍ଷା ପାଇଁ ଦିଆଯାଇଥିବା ସୁରକ୍ଷାକୁ ଅପବ୍ୟବହାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏନସିପି ପ୍ରାର୍ଥୀଙ୍କ ବାପାଙ୍କ ଉପରେ ବିଜେପି ଗୁଳିମାଡ଼ କରିଥିବା ନ୍ୟାସନାଲ ପିପୁଲସ୍ ଅଭିଯୋଗ କରିଛି । ଏନେଇ ବିଜେପି ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି ଏନସିପି ।

ମଣିପୁରର ଡିଜିପି ଡୋଙ୍ଗେଲ ଇଣ୍ଡିଆ ଟୁଡେକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ହିଂସା ସହ ଜଡ଼ିତ ଅଛନ୍ତି । ଯଦି ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକମାନେ ନିର୍ବାଚନ ଆୟୋଗର ନିୟମ ପାଳନ କରିଥାନ୍ତେ ତେବେ ଏଭଳି ଘଟଣାକୁ ଏଡାଇ ଦିଆଯାଇପାରିଥାନ୍ତା । ରାଜ୍ୟରେ ଅଧିକ ସିଏପିଏଫ୍ ନିୟୋଜିତ ପାଇଁ ନିର୍ବାଚନ ଆୟୋଗ ଆହ୍ୱାନ କରିଛନ୍ତି ।

Comments are closed, but trackbacks and pingbacks are open.