Latest Odisha News

BREAKING NEWS

ସରିଲା ତୃତୀୟ ପର୍ଯ୍ୟାୟ ମତଦାନ: ୭୧ ପ୍ରତିଶତରୁ ଅଧିକ ଭୋଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ଅପରାହ୍ନ ୧ଟା ସୁଦ୍ଧା ୭୧ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି । ଯାଜପୁର ଜିଲ୍ଲାକୁ ଛାଡ଼ି ଅନ୍ୟ ପ୍ରାୟ ସବୁ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ରବିନ୍ଦ୍ର ନାଥ ସାହୁ କହିଛନ୍ତି ।

ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ସରିଥିଲା । ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।

Comments are closed, but trackbacks and pingbacks are open.