Latest Odisha News

BREAKING NEWS

ଜଳୁଛି ମଣିପୁର: ୮ ଜିଲ୍ଲାରେ କର୍ଫ୍ୟୁ, ସେନାର ଫ୍ଲାଗମାର୍ଚ୍ଚ

ଇମ୍ଫାଲ:ଉଗ୍ର ହେଉଛି ମଣିପୁର ହିଂସା । ଗତକାଲିଠାରୁ ସାରା ରାଜ୍ୟ ଯେମିତି ଜଳୁଛି ।   ଆଦିବାସୀ ଆନ୍ଦୋଳନରୁ ସୃଷ୍ଟ ଏହି ହଂସା ଅନେକ ଜିଲ୍ଲାକୁ ବ୍ୟାପି ଗଲାଣି । ଏହାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି । ମଣିପୁରରେ ଆସନ୍ତା ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି ।  ଭାରତୀୟ ମହିଳା ବକ୍ସର ମେରି କମ୍ମ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାହାଯ୍ୟ ମାଗିଛନ୍ତି ।

ମଣିପୁରରେ ମୈତେଇ ସଂପ୍ରଦାୟକୁ ଅନୁସୂଚିତ ଜନଜାତି (ST) ଶ୍ରେଣୀରେ ସାମିଲ କରିବା ଦାବିକୁ ବିରୋଧ କରି ଗତକାଲି   ପ୍ରଦର୍ଶନ କରାଯାଇଥିଲା । ଏକ ଛାତ୍ର ସଂଗଠନ ଅଲ ଟ୍ରାଇବାଲ ଷ୍ଟୁଣ୍ଡେଟ୍ସ ୟୁନିୟନ (ATSU) ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏହି ବିରୋଧ ପ୍ରଦର୍ଶନ ସମୟରେ ଚରାଚାନ୍ଦ ପୁରରେ  ହିଂସାକାଣ୍ଡ ଘଟିଥିଲା ।

ହିଂସାକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି । ହିଂସାକୁ ନିୟନ୍ତ୍ରଣ କରିବା ପାଇଁ  ସେନା ଏବଂ ଆସାମ ରାଇଫଲ ମଗାଯାଇଛି । ସେନା ଏବଂ ଆସାମ ରାଇଫଲ ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରୁଛନ୍ତି । ହିଂସାକାଣ୍ଡ ପରେ ପ୍ରାୟ ୪ ହଜାର ଲୋକଙ୍କୁ ସେନା ଶିବିର ଏବଂ ସରକାରୀ କାର୍ଯ୍ୟାଳୟ ପରିସରରେ ଆଶ୍ରୟ ଦିଆଯାଇଛି ।

ଗତକାଲି ରାତିରେ ମହିଳା ବକ୍ସର ମେରିକମ ଟୁଇଟ କରି ଲେଖିଛନ୍ତି, ‘ ମୋ ମଣିପୁର ଜଳୁଛି । ଦୟାକରି ସହାୟତା ଯୋଗାଇଦିଅ ।’ ସେ ତାଙ୍କର ଏହି ଟୁଇଟକୁ ପ୍ରଧାନମନ୍ତ୍ରୀ ମୋଦି, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଟ୍ୟାଗ କରିଛନ୍ତି ।

ଆଜି ସକାଳୁ ହିଂସା ନିୟନ୍ତ୍ରଣକୁ ଆସିଥିବା ସୂଚନା ମିଳିଛି ।

Leave A Reply

Your email address will not be published.