Latest Odisha News

BREAKING NEWS

ବାହୁବଳୀ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ ଓ ଆୟୁଷୀଙ୍କ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ : ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ତଥା ବାହୁବଳୀ ଆନନ୍ଦ ମୋହନଙ୍କ ପୁଅ ଚେତନ ଆନନ୍ଦ। ଆଜି ଡେରାଡୁନ୍‌ରେ ଚେତନ ଆନନ୍ଦ ଏବଂ ଆୟୁଷୀଙ୍କ ପଡ଼ିବ ହାତଗଣ୍ଠି । ପାଟଣାରେ ୨୪ ଅପ୍ରେଲରେ ଉଭୟଙ୍କର ହୋଇଥିଲା ନିର୍ବନ୍ଧ । ଆଜି ସାତ ଘେରା ନେଇ ସାରା ଜୀବନ ପାଇଁ ସାଥି ହେବେ ଦୁହେଁ।

ଡିଏମ୍‌ ଜି. କୃଷ୍ଣେୟା ହତ୍ୟା ମାମଲାରେ ଜେଲରୁ ମୁକୁଳିବା ପରେ ପୂର୍ବତନ ସାଂସଦ ତଥା ବାହୁବଳୀ ଆନନ୍ଦ ମୋହନ ନିଜ ପୁଅ ବିବାହ ସମାରୋହରେ ବ୍ୟସ୍ତ ଅଛନ୍ତି । ଆଜି ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଏକ ବିଳାସପୂର୍ଣ୍ଣ ଫାର୍ମରେ ଚେତନ ଆନନ୍ଦ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ।

ନିକଟରେ ଆନନ୍ଦ ମୋହନ ନିଜ ପୁଅ ଚେତନ ଆନନ୍ଦଙ୍କ ବିବାହ ପାଇଁ ଜେଲ୍‌ରୁ ପାରୋଲରେ ବାହାରିଥିଲେ। ଜେଲରୁ ବାହାରିବା ପରେ ଆନନ୍ଦ ନିଜ ପୁଅ ଚେତନଙ୍କ ବିବାହ ନେଇ ସେ ବହୁତ ଉତ୍ସାହିତ ଥିବା ନଜର ଆସିଛନ୍ତି । ପୁଅ ଚେତନଙ୍କ ବିବାହ ପାଇଁ ଡେରାଡୁନ୍‌ରେ ଅନେକ ଦିନ ଧରି ପ୍ରସ୍ତୁତି ଚାଲିଥିଲା । ଆନନ୍ଦ ମୋହନ ମଧ୍ୟ ତାଙ୍କ ପତ୍ନି ଲଭଲିଙ୍କ ସହ ୩ ଦିନ ଧରି ଡେରାଡୁନ୍‌ରେ ଅଛନ୍ତି । ଗତକାଲି ମୋହନଙ୍କ ଝିଅ ସୁରଭି ଆନନ୍ଦ ଭାଇର ହଳଦୀ ସେରିମନିର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁ ଫଟୋରେ ଆନନ୍ଦ ମୋହନ ତାଙ୍କ ପତ୍ନୀ ଏବଂ ପୁଅ ଚେତନ ଆନନ୍ଦ ଓ ବୋହୂ ଆୟୁଷୀ ସିଂଙ୍କ ସହିତ ନଜର ଆସିଛନ୍ତି। ତେବେ ଏହି ବିବାହରେ ବହୁ ବଡ଼ ବଡ଼ ନେତା ଯୋଗ ଦେବାର ସୂଚନା ରହିଛି ।

ସୂଚନାଯୋଗ୍ୟ, ବିହାର ସରକାର ଜେଲ ନିୟମରେ ସଂଶୋଧନ କରି ୨୭ଜଣ କଏଦୀଙ୍କୁ ମୁକ୍ତ କରିବାକୁ ଘୋଷଣା କରିଥିଲେ, ଯେଉଁଥିରେ ଆନନ୍ଦ ମୋହନ ମଧ୍ୟ ଜେଲରୁ ମୁକ୍ତ ହୋଇଥିଲେ ।

 

 

 

Leave A Reply

Your email address will not be published.