Latest Odisha News

BREAKING NEWS

ମନିଷ ଅନୁରାଗ ମୃତ୍ୟୁରେ ଟ୍ୱିଷ୍ଟ: ବାରରେ ବିଲକୁ ନେଇ ସାଙ୍ଗଙ୍କ ସହ ବିବାଦ ହୋଇଥିଲା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗଙ୍କ ମୃତ୍ୟୁର ଖିଅ ଖୋଜୁଛି ପୋଲିସ । ତଦନ୍ତ ଯେତିକି ଆଗଉଛି ନୂଆ ନୂଆ ତଥ୍ୟ ପ୍ରମାଣ ସାମନାକୁ ଆସୁଛି । ଏବେ ମୃତ୍ୟୁ ମାମଲାରେ ସାମନାକୁ ଆସିଛି ନୂଆ ଟ୍ୱିଷ୍ଟ । ବାରରେ ବିଲକୁ ନେଇ ସେଦିନ ମନିଷ ଓ ସାଙ୍ଗମାନଙ୍କ ମଧ୍ୟରେ ବିବାଦ ହୋଇଥିବା ଜଣା ପଡ଼ିଛି । ବାରରେ ୩୫ ହଜାର ଟଙ୍କା ବିଲ୍ ହୋଇଥିଲା ।

ଟଙ୍କା କିଏ ଦେବ ତାକୁ ନେଇ ମନିଷ ଓ ସାଙ୍ଗମାନଙ୍କ ଭିତରେ ବିବାଦ ହୋଇଥିଲା । ଏପରିକି ସେମାନଙ୍କ ଭିତରେ ପାଟିତୁଣ୍ଡ ବି ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନିଷଙ୍କ ମୋବାଇଲ୍ ଫୋନକୁ ବନ୍ଧକ ରଖିଥିଲେ ବାର୍ କର୍ତ୍ତୃପକ୍ଷ । ପରେ ମନିଷ ଘରକୁ ଫୋନ୍ କରି ଟଙ୍କା ମଗାଇ ବିଲ୍ ପୈଠ କରିଥିବା ଜଣା ପଡ଼ିଛି ।
ବିଲ୍ ଦେବା ପରେ ବାରରୁ ବାହାରି ଆସିଥିଲେ ମନିଷ । ସିସିଟିଭିରେ ସେ ଚାଲିଚାଲି ଆସୁଥିବାରୁ ଚିତ୍ର କଏଦ ହୋଇଛି । ମୋବାଇଲ୍ ବନ୍ଧକ ରଖିଥିବା ମନିଷଙ୍କୁ ବାଧିଥିଲା । ପୋଲିସ ଏବେ ହୋଟେଲ ଭିତରେ ଓ ବାହାରେ କଣ ହୋଇଥିଲା ସେଦିଗରେ ଖୋଳତାଡ ଚଳାଇଛି । ପୂର୍ବରୁ ମନିଷଙ୍କ ବାପା ଅଭିଯୋଗ କରିଥିଲେ, ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ପୁଅକୁ ହତ୍ୟା କରିଛନ୍ତି ।

ମନିଷ ମୃତ୍ୟୁ ମାମଲାରେ ପୂର୍ବରୁ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ଗତକାଲି ଫୁଲବାଣୀ ଥାନାରେ ଆତ୍ମସମର୍ପଣ କରିଥିଲେ କନ୍ଧମାଳ ଜିଲ୍ଲାର ୨ ଜଣ ଯୁବକ । ସେମାନଙ୍କୁ ଅଧିକ ପଚରାଉଚରା ପାଇଁ ଭୁବନେଶ୍ୱର ଆଣିଛି କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍ । ଆଶା କରାଯାଉଛି, ଦିନେ ଦୁଇ ଦିନର ମନିଷଙ୍କ ମୃତ୍ୟୁ ଉପରୁ ପରଦା ହଟାଇପାରେ ପୋଲିସ ।

Leave A Reply

Your email address will not be published.