Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ବୋଲିଂ କରିବେନି ହାର୍ଦ୍ଦିକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପୂର୍ବରୁ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଟୁର୍ଣ୍ଣାମେଂଟରେ ବୋଲିଂ କରିବେ ନାହିଁ । ସେ ଜଣେ ବ୍ୟାଟ୍ସମ୍ୟାନ ଭାବେ ଦଳରେ ସାମିଲ ହେବେ । ତେବେ ଏହି ମନ୍ତବ୍ୟରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି ଯେ, ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ ନାହାନ୍ତି । ଯଦି ସେ ସମ୍ପୂର୍ଣ୍ଣ ଫିଟ ରହିବେ ତାହାହେଲେ ବୋଲିଂ କରିବା ସମ୍ଭାବନା ରହିଛି ବୋଲି ଉକ୍ତ ଅଧିକାରୀଜଣକ କହିଛନ୍ତି ।

ସୂଚନାଯୋଗ୍ୟ, ଟିମକୁ ସନ୍ତୁଳିତ କରିବା ପାଇଁ ଅକ୍ଷର ପଟେଲଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯାଇଛି । ଅକ୍ଷରଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇଛି ।

Leave A Reply

Your email address will not be published.