Latest Odisha News

BREAKING NEWS

ମନିଷ ଅନୁରାଗ ମୃତ୍ୟୁ ମାମଲା: ୩ ଜଣଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନୀବନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ୩ ଜଣ ଗିରଫ । ସେମାନଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଆଜି ଏସମ୍ପର୍କରେ ପ୍ରେସମିଟରେ ସୂଚନା ଦେଇପାରନ୍ତି ଭୁବନେଶ୍ୱର ଡିସିପି । ଚାରି ଦିନ ହେବ ମନିଷ ମୃତ୍ୟୁ ଘଟଣାରେ ୪ ଜଣ ସାଙ୍ଗଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିଲା । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ହତ୍ୟା ଓ ପ୍ରମାଣ ନଷ୍ଟ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ଗତ ୧୦ ତାରିଖରେ ପାତ୍ରପଡ଼ା ସ୍ଥିତ ଏକ ପୋଖରୀରୁ ମନିଷ ଅନୁରାଗଙ୍କ ମୃତଦେହ ମିଳିଥିଲା । ପରିବାର ଲୋକ ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା କମିଶନରେଟ ପୋଲିସ । ଫୁଲବାଣୀରେ କନ୍ଧମାଳ ଜିଲ୍ଲାର ଦୁଇ ଜଣ ଆତ୍ମସମର୍ପଣ କରିଥିଲେ । ଭୁବନେଶ୍ୱରରୁ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା ।

ସିସିଟିଭି ଫୁଟେଜ୍ ବି ଜବତ କରି ଖୋଳତାଡ କରିଥିଲା କମିଶନରେଟ ପୋଲିସ । ପାତ୍ରପଡ଼ାର ଯେଉଁ ବାରରେ ସାଙ୍ଗମାନଙ୍କ ସହ ମନିଷ ଥିଲେ ଓ ପାତ୍ରପଡ଼ାର ମୃତଦେହ ମିଳିଥିବା ସ୍ଥାନ ଯାଏ ସବୁ ସିସିଟିଭି ଫୁଟେଜର ଯାଞ୍ଚ କରାଯାଇଥିଲା । ତଦନ୍ତ ଆଗେଇବା ସହ ପୋଲିସ ହାତରେ ଲାଗିଥିଲା ତଥ୍ୟ ପ୍ରମାଣ । ଏହି ଆଧାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.