Latest Odisha News

BREAKING NEWS

ମନିଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତର ଚାଲିଛି ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ଜେରା ବେଳେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିଛି ପୋଲିସ । ଆଜି ପୋଲିସ ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି । ଏଥିପାଇଁ ଭୁବନେଶ୍ୱର ଷ୍ଟେଟ ଫୋରେନସିକ୍ ଲାବରେ ପହଞ୍ଚିଛନ୍ତି ଅମ୍ରିତ ବିଶ୍ୱାଳ, ମୃତ୍ୟୁଞ୍ଜୟ ମିଶ୍ର ଓ ଦୀନେଶ ମହାପାତ୍ର ।

ପୂର୍ବରୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା ହୋଇଥିଲା । ପଚରାଉଚରା ବେଳେ ସେମାନେ କେତେ ସତ କହିଛନ୍ତି ? କଣ ମିଛ କହିଛନ୍ତି ? ମର୍ଡର ମିଷ୍ଟ୍ରିର ଅଧିକ ରହସ୍ୟ ଜାଣିବା ପାଇଁ ପୋଲିସ ୩ଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି । ଅନୁମତି ପାଇଁ ହାଇକୋର୍ଟରେ ଆବେଦନ କରିଥିଲା ଇନଫୋସିଟି ଥାନା ପୋଲିସ ।

ବାରରେ ବିଲ୍ ଦେବାକୁ ନେଇ ଗଣ୍ଡଗୋଳରୁ ଆକ୍ରମଣରେ ମନିଷ ଅନୁରାଗଙ୍କ ମୃତ୍ୟୁ ହୋଇଥିବା କମିଶନରେଟ ପୋଲିସ କହିଥିଲା । ତେବେ ଏହି କାରଣରୁ ହତ୍ୟା ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ସେଦିଗରେ ଅଧିକ ଖୋଳତାଡ କରୁଛି ପୋଲିସ । ସେମାନେ ଜେରା ବେଳେ ଦେଇଥିବା ବୟାନର ତାଳମେଳ ପରଖିବା ପାଇଁ ଏବେ ଅଭିଯୁକ୍ତଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି କମିଶନରେଟ ପୋଲିସ ।

Leave A Reply

Your email address will not be published.