Latest Odisha News

BREAKING NEWS

‘ମୋ କଲେଜ’ ପ୍ରକଳ୍ପ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ‘ମୋ କଲେଜ’ ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ବଣ୍ଟନ ଅଭିଯାନ । ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ଟି ଶିକ୍ଷାନୁଷ୍ଠାନକୁ ଏଥିରେ ସାମିଲ କରାଯାଇଛି । ଶିକ୍ଷାନୁଷ୍ଠାନ ପାଇଁ ପ୍ରାୟ ତିନି କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

‘ମୋ କଲେଜ’ କାର୍ୟ୍ୟକ୍ରମ ଅଧୀନରେ ପୁରାତନ ଛାତ୍ରଛାତ୍ରୀ, ବ୍ୟକ୍ତିବିଶେଷ କିମ୍ବା କୌଣସି ଅନୁଷ୍ଠାନ ସୂତ୍ରରୁ ଦାନ ମିଳୁଛି । ସେମାନଙ୍କଠାରୁ ମିଳିଥିବା ଅର୍ଥ ରାଶିର ଦୁଇ ଗୁଣ ରାଜ୍ୟ ସରକାର ପ୍ରଦାନ କରିବେ । ଏଥିପାଇଁ ଉଚ୍ଚଶିକ୍ଷା ବିଭାଗ ବଜେଟ୍‌ରେ ଏକ କର୍ପସ୍ ବ୍ୟବସ୍ଥା କରାଯାଇଛି ।

‘ମୋ କଲେଜ’ ଅଧୀନରେ ଦାତାଙ୍କଠାରୁ ଆସୁଥିବା ଦାନ ବାଧ୍ୟତାମୂଳକ ନୁହେଁ । ଓଡ଼ିଶାର ଉଚ୍ଚଶିକ୍ଷା ଅନୁଷ୍ଠାନର ବିକାଶ ପାଇଁ ସ୍ୱେଚ୍ଛାକୃତ ଭାବେ ଜଣେ ଅର୍ଥ, ସାମଗ୍ରୀ ଆଦି ପ୍ରଦାନ କରିପାରିବେ । ଗୋଟିଏ ଆର୍ଥିକ ବର୍ଷରେ କୌଣସି ଏକ ଅନୁଷ୍ଠାନକୁ ୫୦ଲକ୍ଷ ପର୍ୟ୍ୟନ୍ତ ରାଶି ରାଜ୍ୟ ସରକାର ଦେଇପାରିବେ । ରାଜ୍ୟର ୭୫୧ଟି ଉଚ୍ଚଶିକ୍ଷା ଅନୁଷ୍ଠାନକୁ ନେଇ ‘ମୋ କଲେଜ’ କାର୍ୟ୍ୟକ୍ରମର ପରିଯୋଜନା ହୋଇଛି ।

Leave A Reply

Your email address will not be published.