Latest Odisha News

BREAKING NEWS

‘ମୋତେ ଗିରଫ ପାଇଁ ଚାପ ପଡ଼ିବାରୁ, ଆତ୍ମହତ୍ୟା କରିଛନ୍ତି CBI ଅଧିକାରୀ’: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ଅପରେସନ୍ ଲୋଟସ୍ ପରେ ପୁଣି ଆପ୍ ଆଉ ଏକ ଅଭିଯୋଗ ଆଣିଛି । କେନ୍ଦ୍ର ବିଜେପି ସରକାର ବିରୋଧରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାଂଘାତିକ ଅଭିଯୋଗ କରିଛନ୍ତି । କହିଛନ୍ତି, ୨ ଦିନ ତଳେ ଜଣେ ସିବିଆଇ ଅଧିକାରୀ ଆତ୍ମହତ୍ୟା କରିଛନ୍ତି । ଆଉ ଅଭିଯୋଗ କରିଛନ୍ତି, ସେହି ଅଧିକାରୀଙ୍କ ଉପରେ ଚାପ ପଡ଼ୁଥିଲା ମୋ ବିରୋଧରେ ମିଛ ମାମଲା ପାଇଁ । ଫଳରେ ମୋତେ ଗିରଫ କରାଯାଇଥାନ୍ତା । ଆଉ ଚାପରେ ମାନସିକ ଭାରସାମ୍ୟ ହରାଇ ସିବିଆଇ ଅଧିକାରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସିସୋଦିଆ ଅଭିଯୋଗ କରିଛନ୍ତି ।

ମନୀଷ ସିସୋଦିଆଙ୍କ କହିବା ଅନୁଯାୟୀ, ୨ ଦିନ ତଳେ ସିବିଆଇର ଉପ ଆଇନ୍ ପରାମର୍ଶଦାତା ଜିତେନ୍ଦ୍ର କୁମାର ଜୀବନ ହାରିଛନ୍ତି । ଜିତେନ୍ଦ୍ର କୁମାର ସିବିଆଇର ଦୁର୍ନୀତି ନିବାରଣ ଶାଖାରେ ଆଇନ୍ ପରାମର୍ଶଦାତା ଥିଲେ । ସିସୋଦିଆଙ୍କ ବିରୋଧରେ ଅବକାରୀ ମାମଲାରେ ଏଫ୍ଆଇଆର୍ ହୋଇଥିଲା । ଯାହାର ଆଇନଗତ ଦିଗ ଦେଖୁଥିଲେ ଜିତେନ୍ଦ୍ର କୁମାର ।

ସିସୋଦିଆ ଦାବି କରିଛନ୍ତି, ତାଙ୍କ ବିରୋଧରେ ଭୁଲ୍ ବାଟରେ ମାମଲା କରିବା ପାଇଁ ଚାପ ପକା ଯାଉଥିଲା । ଯେଭଳି ସିସୋଦିଆଙ୍କୁ ଗିରଫ କରାଯାଇ ପାରିବ । କିନ୍ତୁ ଜିତେନ୍ଦ୍ର ସେଭଳି କରୁ ନଥିଲେ । ଆଉ କେସକୁ ନେଇ ତାଙ୍କ ଉପରେ ଏଭଳି ଚାପ ପଡ଼ିଲା ଯେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ।

ସିସୋଦିଆ ଆହୁରି କହିଛନ୍ତି, ମୋତେ ପିଏମ୍ ମୋଦି ମିଛ କେସରେ ଫସାଇବାକୁ ଚାହୁଁଛନ୍ତି । ଫସାଇ ଦିଅନ୍ତୁ, ରେଡ୍ ମାରନ୍ତୁ । କିନ୍ତୁ ଅଧିକାରୀଙ୍କ ଉପରେ ଏଭଳି ଚାପ ପକାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରାନ୍ତୁ ନାହିଁ । ଆପଣ ସବୁ ବେଳେ ଭାବୁଛନ୍ତି, ସିବିଆଇ ଓ ଇଡିର ପ୍ରୟୋଗ କିଭଳି କରି ନିର୍ବାଚିତ ସରକାରଙ୍କୁ ଭାଙ୍ଗିବେ ।

Leave A Reply

Your email address will not be published.