Latest Odisha News

BREAKING NEWS

ବାଉନସର ରଖିବାପାଇଁ ଦରକାର ଅନୁମତି

ଭୁବନେଶ୍ୱର : ବାଉନସର ରଖିବାପାଇଁ ଦରକାର ଅନୁମତି । କମିଶନରେଟ ପୋଲିସ ବିନା ଅନୁମତିରେ ବାର ମାଲିକ ମାନେ ବାଉନସର ରଖିପାରିବେନାହିଁ   । ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁ ରହିବ  । ସେପ୍ଟେମ୍ବର ୭ ରୁ ନଭେମ୍ୱର ୫ ପର୍ଯ୍ୟନ୍ତ ନିୟମ ଲାଗୁ କରାଯିବ  ।

ସୁରକ୍ଷା ଦୃଷ୍ଟିରୁ PSARA ଆକ୍ଚ ଅନୁସାରେ ବାର ମାଲିକ ମାନେ ସିକ୍ୟୁରିଟି ରଖିପାରିବେ  । ମାତ୍ର ବାଉନସର ରଖିବାପାଇଁ ବାର ମାଲିକ ମାନେ ନିକଟସ୍ଥ ଥାନାରେ ଲିଖିତ ଭାବେ ଜଣାଇବାକୁ ପଡିବ  । ଯଦି କୌଣସି ବାର ନିୟମ ଭାଙ୍ଗିବେ ତାଙ୍କ ବିରୁଦ୍ଧରେ ପୋଲିସ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ  କମିଶନରେଟ ପୋଲିସ ନୋଟିସ ଜାରିକରିଛି  ।

ଅନେକ ସମୟରେ  ବାଉନସର ଓ ଗ୍ରାହାକଙ୍କ ମଧ୍ୟରେ  ହାତା ହାତି , ପାଟିତୁଣ୍ଡ ଓ ଗଣ୍ଡଗୋଳ ହେବାର ଅଭିଯୋଗ ଆସିଥାଏ  । ଆଗକୁ ପାର୍ବଣ ଆସୁଥିବାରୁ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେଉ ପୋଲିସ ଏପରି ଆଗୁଆ ପଦକ୍ଷପ ନେଇଛି  । ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୁଏ ସହାୟତା ପାଇଁ  ଟୋଲ ଫ୍ରି ନମ୍ୱର  ୧୧୨କୁ ଯୋଗାଯୋଗ କରିବାକୁ  କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି  ।

Leave A Reply

Your email address will not be published.