ଭୁବନେଶ୍ୱର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି କର୍ମୀଙ୍କ ବିରୋଧ । ବେଗୁନିଆର ମଣ୍ଡଳ ସଭାପତି ମାନଙ୍କ ସହ ୪୦ ପଞ୍ଚାୟତର ବିଜେପି କର୍ମୀ ଓ ସମର୍ଥକମାନେ ସାଂସଦଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି। ବିଜେପି ଦଳୀୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅଣଦେଖା କରି ସାଂସଦ ନିଜସ୍ବ ସଂଗଠନ କରୁଥିବାରୁ ଏହାକୁ ଦଳୀୟ କର୍ମୀମାନେ ତୀବ୍ର ବିରୋଧ କରିଛନ୍ତି ।
ଭାଜପା ଯୁବମୋର୍ଚ୍ଚା ବଦଳରେ ‘ୟୁଥ ଫର ଆକ୍ସନ’ଏବଂ ମହିଳାମୋର୍ଚ୍ଚା ବଦଳରେ ‘ଅଜିତା’ ଗଠନ କରି ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ କରିଛନ୍ତି । ସାଂସଦ ଅପରାଜିତାଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ବେଗୁନିଆ ବୋଲଗଡ଼ ନିର୍ବାଚନମଣ୍ଡଳୀର ଦଳୀୟ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସେହିପରି ଦଳୀୟ କର୍ମୀଙ୍କୁ ଅଣଦେଖା କରି ଅନ୍ୟ ଦଳର ଲୋକଙ୍କୁ ନେଇ ନିର୍ବାଚନ ମଣ୍ଡଳୀ ବୁଲୁଥିବାର ଅଭିଯୋଗ କରିଛନ୍ତି କର୍ମୀ ।
ଯଦି ଆଗକୁ ବିଜେପି ଦଳୀୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅଣଦେଖା କରି ସାଂସଦ ନିଜସ୍ବ ସଂଗଠନ କରନ୍ତି ଏହାକୁ ଦଳୀୟ କର୍ମୀମାନେ ତୀବ୍ର ବିରୋଧ ସହ ବେଗୁନିଆ-ବୋଲଗଡ଼ ଭିତରକୁ ଆଉ ସାଂସଦଙ୍କୁ ପୂରାଇ ନ ଦେବାକୁ ଧମକ ଦେଇଛନ୍ତି ବିଜେପି କର୍ମୀ ।