Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କୁ ୫୦୦୦କୋଟି ଟଙ୍କାର ସହାୟତା ମାଗିଲା ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ପ୍ରକାଶ କରିଛି । ଦିଲ୍ଲୀକୁ ୫୦୦୦ କୋଟି ଟଙ୍କାର ସହାୟତାର ଆବଶ୍ୟକ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି । କରୋନା ମହାମାରୀ ଲକଡାଉନ ଯୋଗୁ ଦିଲ୍ଲୀର ଆର୍ଥୀକ ବ୍ୟବସ୍ଥା ଖରାପ ହୋଇଛି । ଅଧିକାଂଶ ରାଜ୍ୟକୁ କେନ୍ଦ୍ର ସରକାରଙ୍କୁ ପାଖରୁ ସହାୟତା ମିଳିଥିବା ବେଳେ ଆମକୁ କିଛି ମିଳି ନାହିଁ ସେ କହିଛନ୍ତି ।

ପ୍ରେସ କନଫେରେନ୍ସ ଆଉ ଟୁଇଟକୁ ଆମ ଆଦମୀ ପାର୍ଟି ପକ୍ଷରୁ ବିଭିନ୍ନ ସୋସିଆଲ ସାଇଟରେ ଶେୟାର କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଅର୍ଥମନ୍ତ୍ରୀଙ୍କୁ ଏ ନେଇ ଚିଠି ଲେଖିଛନ୍ତି ବୋଲି ସିସୋଡିଆ କହିଛନ୍ତି ।

Leave A Reply

Your email address will not be published.