Latest Odisha News

BREAKING NEWS

ବିସ୍କୁଟ ଫିଙ୍ଗିବା ପଡିଲା ମହଙ୍ଗା, ରେଳ ଅଧିକାରୀଙ୍କୁ ନିଲମ୍ବିତ କଲା ରେଳବାଇ

ଲକ୍ଷ୍ନୌ: ଯେତିକି ବିସ୍କୁଟ ଦିଆଯାଉଛି, ସେତିକି ବାଂଟିକି ଖାଅ । ଏଭଳି କହି ପ୍ରବାସୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ଜଣେ ରେଳ ଅଧିକାରୀ । ଏପରିକି ସେମାନଙ୍କୁ ଗାଳି ଗୁଲଜ ମଧ୍ୟ କରୁଛନ୍ତି । ଉତ୍ତରପ୍ରଦେଶ ଫିରୋଜାବାଦର ଏକ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ ।

ରେଳବାଇର ଜଣେ ବରିଷ୍ଠ ଅଧିକାରୀ ପ୍ରବାସୀଙ୍କୁ ବିସ୍କୁଟ ଦେଉଛନ୍ତି । ତେବେ ବିସ୍କୁଟ ହାତକୁ ଦେବା ବଦଳରେ ତାଙ୍କ ଉପରକୁ ଫୋପାଡୁଛନ୍ତି । କେବଳ ସେତିକି ନୁହେଁ ଗାଳି ଗୁଲଜ କରିବା ସହ ପ୍ରବାସୀଙ୍କୁ ଅସମ୍ମାନିତ ମଧ୍ୟ କରିଛନ୍ତି । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡ଼ିଓ ଭାଇରାଲ ପରେ ବରିଷ୍ଠ ରେଳ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ରେକର୍ଡ ହୋଇଥିବା ଏହି ତିନି ମିନିଟର ଭିଡ଼ିଓରେ ଦେଖାଯାଇଛି ଯେ, କିଛି ରେଳ କର୍ମଚାରୀ ଲକ୍ଷ୍ନୌ ଠାରୁ ପ୍ରାୟ ୩୦୦କିଲୋମିଟର ଦୂରରେ ଥିବା ପଶ୍ଚିମ ଉତ୍ତରପ୍ରଦେଶର ଫିରୋଜାବାଦର ଏକ ଷ୍ଟେସନରେ ବିସ୍କୁଟର ପ୍ୟାକେଟ୍ ବଣ୍ଟନ କରୁଛନ୍ତି।

ଟିକେଟ୍‌ର ମୁଖ୍ୟ ଇନ୍ସପେକ୍ଟର ଡି.କେ ଦୀକ୍ଷିତ ଦଳ ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କ ଉପରକୁ ବିସ୍କୁଟ ଫିଙ୍ଗି ସେମାନଙ୍କୁ ଉପହାସ କରୁଥିବା ଦେଖିବାକୁ ମିଳିଛି। ଯେତେବେଳେ କିଛି ଯାତ୍ରୀ ଅଧିକ ବିସ୍କୁଟ୍ ପ୍ୟାକେଟ୍ ମାଗୁଛନ୍ତି, ସେତେବେଳେ ତାଙ୍କୁ ଯେତିକି ଦିଆଯାଇଛି, ସେତିକି ବାଂଟିକି ଖାଅ ବୋଲି କହୁଥିବା ଭିଡ଼ିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.