Latest Odisha News

BREAKING NEWS

ସିସିଟିଭିରେ ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା

ବରଗଡ : ଆମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା  । ସିସି ଟିଭିରେ କଏଦ ହୋଇଛି ପୁରା ଦୃଶ୍ୟ  । ଏ ନେଇ ଆଉ ଏକ ସିସିଟିଭି ଭିଜୁଆଲ ସାମ୍ନାକୁ ଆସିଛି । କିପରି ଯୁବକମାନେ  ଥାନା ମଧ୍ୟକୁ ପ୍ରବେଶ କରୁଛନ୍ତି  । ଟେବୁଲ , ଚେୟାର ସବୁକୁ ଭଙ୍ଗାରୁଜ୍ଜା କରୁଛନ୍ତି । ଥାନାରେ ଥିବା କାଗଜପତ୍ର ଗୁଡିକୁ ମଧ୍ୟ ନଷ୍ଟ କରୁଛନ୍ତି  । ସବୁ କିଛି ସିସି ଟିଭି ରେ କଏଦ ହୋଇଛି । ଏଥିରେ ଥାନା ବାହାରର ଦୃଶ୍ୟ ମଧ୍ୟ ରହିଛି ।

ପୋଲିସ ଏହି ସିସି ଟିଭି ଭିଜୁଆଲକୁ ଆଧାର କରି ୧୦୦ରୁ ଉର୍ଦ୍ଧ୍ବ ଜଣକଙ୍କ ନାଁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ଭଟଲି ବିଧାୟକଙ୍କ ସମ୍ପୃକ୍ତି ଥିଲେ ବି ତାଙ୍କୁ କାହିଁକି ଗିରଫ କରାଯାଇନି ସେ ନେଇ ପ୍ରଶ୍ନ ଉଠାଇବା ସହ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି । ସୂଚନା ମୂତାବକ ଗତ ୫ ତାରିଖ ଦିନ ଅପରାହ୍ନ  ୫ଟା ବେଳକୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ସ୍ଥିତି  ।

ଶତାଧିକ ଲୋକ ଥାନା ଘେରିଥିଲେ। ଆଉ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଯିଏ ଯାହା ପାରିଲା ଭାଙ୍ଗି ଚାଲିଲା । ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୂରମାର୍ ହୋଇଯାଇଥିଲା। ପ୍ରାୟ ୧୫ ମିନିଟ୍ ଧରି ଏଭଳି ତୁମୁଳକାଣ୍ଡ ଘଟିଥିଲା  । ହେଲେ ପୋଲିସ ନିଦାବିଷ୍ଣୁ ସାଜିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.