Latest Odisha News

BREAKING NEWS

ପୁଣି ଓଡିଶା ପାଇଁ ଗୌରବ ଆଣିଲେ ଓଡିଆ ଝିଅ, ଦେଶର ପ୍ରଥମ ମହିଳା ଏଡିସି ହୋଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢୀ

ଭୁବନେଶ୍ଵର: ଦେଶର ପ୍ରଥମ ମହିଳା ଏଡ୍-ଡି-କ୍ୟାମ୍ପ (ଏଡିସି) ହୋଇଛନ୍ତି ଓଡ଼ିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ.ହରିବାବୁ କାମଭାମପତିଙ୍କର ଏଡିସି ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ବୁଧବାର ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍କ୍ବାର୍ଡନ ଲିଡର ମନୀଷା ପାଢୀଙ୍କୁ ଏଡିସି ଭାବେ ନିଯୁକ୍ତି ଦେଇଥିଲେ ମିଜୋରାମ ରାଜ୍ୟପାଳ ।

BjdElectrycity

ମନୀଷା ପୂର୍ବରୁ ଏୟାର ଫୋର୍ସ ଷ୍ଟେସନ ବିଦାର, ଏୟାର ଫୋର୍ସ ଷ୍ଟେସନ ପୁନେ ଓ ଏୟାର ଫୋର୍ସ ଷ୍ଟେସନ ଭତିଣ୍ଡା ଭଳି ତିନୋଟି ସ୍ଥାନରେ କାର୍ଯ୍ୟ କରିଛନ୍ତି । ସ୍କ୍ୱାର୍ଡନ ଲିଡର ମନୀଷା ମିଜୋରାମ ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତି ହୋଇଛନ୍ତି । ଏଥିପାଇଁ ମନୀଷାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ମନୀଷା ହେଉଛନ୍ତି ଭାରତୀୟ ବାୟୁସେନାର ପ୍ରଥମ ମହିଳା ଯିଏକି ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି ବୋଲି ଟ୍ଵିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ହରିବାବୁ କାମଭାପତି ।

ମନୀଷାଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳରେ । ସେ ଭୁବନେଶ୍ଵରରେ ତାଙ୍କ ପିତା ମାତାଙ୍କ ସହ ରହୁଥିଲେ । ଭୁବନେଶ୍ବରସ୍ଥିତ ସି.ଭି.ରମଣ କଲେଜ ଅଫ ଇଂଜିନିୟରିଂରୁ ଶିକ୍ଷାଲାଭ କରିଥିବା ମନୀଷା ୨୦୧୫ ବ୍ୟାଚର ଭାରତୀୟ ବାୟୁସେନା ଅଫିସର । ଝିଅର ଏପରି ସଫଳତା ପରେ ବେଶ ଖୁସି ଅଛନ୍ତି ମନୀଷାଙ୍କ ପରିବାର ବର୍ଗ । ବର୍ତ୍ତମାନ ମନୀଷାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.