ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ଆଜି ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି । ବୁଧବାର ଦିଲ୍ଲୀରେ ହାମ ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଏହା କହିଥିଲେ । ଭଗବାନ ରାମ ଏକ କାଳ୍ପନିକ ଚରିତ୍ର ଏବଂ ମହର୍ଷି ବାଲ୍ମିକୀ ତାଙ୍କଠାରୁ ହଜାର ଗୁଣ ବଡ ବୋଲି କହିଥିଲେ । ଏହା ମୋର ବ୍ୟକ୍ତିଗତ ବିଚାର । କାହାର ଭାବନାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ ।
ପୂର୍ବରୁ ରାମାୟଣ କାହାଣୀ ସତ୍ୟ ଉପରେ ଆଧାରିତ ନୁହେଁ ଏହା ଏକ କାଳ୍ପନିକ ଗ୍ରନ୍ଥ ବୋଲି ସେ କହିଥିଲେ । ପାଟନାରେ ମଧ୍ୟପ୍ରଦେଶ ଶୈଳୀରେ ବିହାର ସ୍କୁଲ ପାଠ୍ୟକ୍ରମରେ ରାମାୟଣକୁ ସାମିଲ କରିବା ପାଇଁ ପ୍ରସ୍ତାବ ଦିଆଯିବା ପରେ ସେ ଉପରୋକ୍ତ ବୟାନ ଦେଇଥିଲେ ।
Comments are closed.