Latest Odisha News

BREAKING NEWS

ଶପଥ ନେଲେ ନବନିର୍ବାଚିତ ଓଡ଼ିଶାର ୩ ରାଜ୍ୟସଭା ସାଂସଦ

ଭୁବନେଶ୍ୱର: ଶପଥ ନେଲେ ନବନିର୍ବାଚିତ ଓଡ଼ିଶାର ୩ ରାଜ୍ୟସଭା ସାଂସଦ। ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ ସାମଲ, ଦିଲ୍ଲୀପ ରାୟ ଓ ଡକ୍ଟର ସଂତୃପ୍ତ ମିଶ୍ର । ଓଡ଼ିଆରେ ଶପଥ ନେଲେ ମନମୋହନ, ଦିଲ୍ଲୀପ, ସଂତୃପ୍ତ। ମନମୋହନ ସାମଲଙ୍କର ରାଜ୍ୟସଭାରେ ଏହା ଦ୍ବିତୀୟ ପାଳି। ସେ ପ୍ରଥମ ପାଳିରେ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ ।

ଡକ୍ଟର ସଂତୃପ୍ତ ମିଶ୍ର ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି ସଂତୃପ୍ତ ମିଶ୍ର। ଆଜି ସେ ଶପଥ ଗ୍ରହଣ କରିଛନ୍ତି। ସେହିପରି ଦିଲ୍ଲୀପ ରାୟଙ୍କର ରାଜ୍ୟସଭାରେ ଏହା ତୃତୀୟ ପାଳି। ୧୮ ବର୍ଷ ପରେ ପୁଣି ରାଜ୍ୟସଭାକୁ ଫେରିଛନ୍ତି।

ପୂର୍ବରୁ ଗୋଟିଏ ଥରେ ଜନତା ଦଳ ଟିକେଟରେ ରାଜ୍ୟସଭାକୁ ଯାଇଥିବା ବେଳେ ଥରେ ସ୍ବାଧୀନ ଭାବେ ନିର୍ବାଚିତ ହୋଇଥିଲେ। ଏଥର ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୯୬ ରୁ ୨୦୦୨ ଏବଂ ୨୦୦୨ ରୁ ୨୦୦୮ ପର୍ଯ୍ୟନ୍ତ କ୍ରମାଗତ ଦୁଇଥର ରାଜ୍ୟସଭା ସଦସ୍ୟ ଥିଲେ ଦିଲ୍ଲୀପ ରାୟ।

Leave A Reply

Your email address will not be published.