Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କଠାରେ ଦକ୍ଷତା ଏବଂ ଉତ୍ସାହର ଅଭାବ ରହିଛି ବୋଲି କହିଲେ ବାରାକ୍‌ ଓବାମା

ନୂଆଦିଲ୍ଲୀ : ଆମେରିକାରେ ଅନେକ ଦିନ ଧରି ଚାଲିଥିବା ନିର୍ବାଚନୀ ଅସ୍ଥିରତା ହ୍ରାସ ପାଇବାରେ ଲାଗିଛି, ଏହାର ମଧ୍ୟଭାଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂତନ ପୁସ୍ତକ ପ୍ରକାଶ ପାଇଛି। ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ବାରାକ ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିସିଂ ଲାଣ୍ଡ’ ଲେଖି ନିଜର ଅନୁଭୂତି ବାଣ୍ଟିଛନ୍ତି। ଏହି ପୁସ୍ତକ ଭାରତରେ ମଧ୍ୟ ଆଲୋଚନା ହୋଇଛି, କାରଣ ଏହି ପୁସ୍ତକ ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ କେତେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ  ବିଷୟରେ ଉଲ୍ଲେଖ କରାଯାଇଛି।

ତେବେ ଏହା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ଏକ ଚର୍ଚ୍ଚାର ପରିସରକୁ ଆସିଯାଇଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ  ଆତ୍ମଜୀବନୀରେ ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ଏପରି କିଛି କଥା କୁହାଯାଇଛି, ଯାହାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  ।

ଓବାମାଙ୍କ ପୁସ୍ତକ ‘ଏ ପ୍ରମିସିଂ ଲାଣ୍ଡ’ରେ କୁହାଯାଇଛି ଯେ ରାହୁଲ ଜଣେ ନର୍ଭସ ଓ ଦକ୍ଷତା ବିହୀନ ବ୍ୟକ୍ତି । ସେ ଏପରି ଜଣେ ଛାତ୍ର ଯିଏକି ନିଜ ଶିକ୍ଷକଙ୍କୁ ଖୁସି  କରିବାକୁ ଚାହେଁ, କିନ୍ତୁ ତାଙ୍କର ନିଜ ବିଷୟ ଉପରେ ନା ଦକ୍ଷତା ଅଛି ନା କୌଣସି ବିଷୟକୁ ଆୟତ୍ତ ରକିବାକୁ ଆଗ୍ରହ ଅଛି ।

ଏହି ପୁସ୍ତକରେ କୁହାଯାଇଛି ଯେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କର ଏକ ଅଖଣ୍ଡ ସଚ୍ଚୋଟତା ରହିଛି ଯାହା ତାଙ୍କୁ ଭିନ୍ନ କରିଥାଏ। ଏହିପରି ପୁଟିନଙ୍କୁ ସେ ଜଣେ ମଜଭୁତ ଓ ଚାଲାକ ବ୍ୟକ୍ତି ବୋଲି ମଧ୍ୟଂ କହିଛନ୍ତି ।

Leave A Reply

Your email address will not be published.