Latest Odisha News

BREAKING NEWS

ଆଜି ପ୍ରଧାନମନ୍ତ୍ରୀଙ୍କ ୧୦୬ତମ ମନ କି ବାତ୍ କାର୍ଯ୍ୟକ୍ରମ: ଦିନ ୧୧ଟାରେ ମନର କଥା କହିବେ ମୋଦି

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀଙ୍କ ୧୦୬ତମ ମନ କି ବାତ୍ କାର୍ଯ୍ୟକ୍ରମ  । ସକାଳ ୧୧ଟାରେ ରେଡିଓରେ ମନର କଥା କହିବେ ପିଏମ୍ ମୋଦି । ଏହି କାର୍ଯ୍ୟକ୍ରମ ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ,  ଅଲ୍ ଇଣ୍ଡିଆ ରେଡିଓ ୱେବସାଇଟରେ ପ୍ରସାରିତ ହେବ । ହିନ୍ଦୀ ଟେଲିକାଷ୍ଟ ପରେ ତୁରନ୍ତ ଅଲ ଇଣ୍ଡିଆ ରେଡିଓ ଆଞ୍ଚଳିକ ଭାଷାରେ ମନ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ କରିବ  । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ୧୦୫ତମ ମନ କି ବାତ୍ ଏପିସୋଡରେ ଚନ୍ଦ୍ରଯାନ -୩ ର ଚନ୍ଦ୍ରରେ ସଫଳ ଅବତରଣ ଏବଂ ଜି-୨୦ ର ସଫଳ ଆୟୋଜନ ନେଇ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଗତ କିଛି ଦିନ ହେବ ଏହି ଦୁଇଟି ବିଷୟ ଉପରେ ସର୍ବାଧିକ ଚିଠି ଏବଂ ବାର୍ତ୍ତା ଗ୍ରହଣ କରାଯାଇଛି  । ଯାହାର ପ୍ରଥମ ବିଷୟ ହେଉଛି ଚନ୍ଦ୍ରୟାନ-୩ ର ସଫଳ ଅବତରଣ ଏବଂ ଦ୍ୱିତୀୟ ବିଷୟ ହେଉଛି ଦିଲ୍ଲୀରେ ଜି-୨୦ର ସଫଳ ଆୟୋଜନ  ।   ଯେତେବେଳେ ଚନ୍ଦ୍ରଯାନ ୩ ର ଚନ୍ଦ୍ରରେ ଅବତରଣ କରିବାକୁ ଯାଉଥିଲା  ।  ସେତେବେଳେ ବିଭିନ୍ନ ମାଧ୍ୟମ ମାଧ୍ୟମରେ ପ୍ରତି ମୁହୂର୍ତ୍ତରେ କୋଟି କୋଟି ଲୋକ ଏହି ଘଟଣାର ସାକ୍ଷୀ ରହିଥିଲେ। ଇସ୍ରୋର ୟୁଟ୍ୟୁବ୍ ଲାଇଭ୍ ଚ୍ୟାନେଲରେ ୮୦ଲକ୍ଷରୁ ଅଧିକ ଲୋକ ଏହି ଘଟଣା ଦେଖିଥିଲେ, ଯାହା ନିଜେ ଏକ ରେକର୍ଡ ।  ତେବେ ଆଜି ୧୦୬ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ କେଉଁ ପ୍ରସଙ୍ଗକୁ ଗୁରୁତ୍ବ ଦେଉଛନ୍ତି , ତାହା ଦେଖିବାର କଥା  ।

Leave A Reply

Your email address will not be published.