Latest Odisha News

BREAKING NEWS

ମନ୍ କି ବାତ: ଏଇ ପାର୍ବଣରେ ମେଡ ଇନ ଇଣ୍ଡିଆ ଜିନିଷ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୧୪ତମ ସଂସ୍କରଣରେ ଦେଶବସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଧାରାବାହିକର ୧୦ ବର୍ଷ ପୂରଣ ହେବା ନେଇ ଦେଶର ଜନସାଧାରଣ ତଥା ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ମୋଦୀ କହିଛନ୍ତି ଏହି ‘ମନ୍ କି ବାତ୍’ର ଯାତ୍ରା ଅବିସ୍ମରଣୀୟ। ଏହାକୁ କେବେ ଭୁଲି ହେବ ନାହିଁ। ଏହି ଯାତ୍ରାକୁ ଅବିସ୍ମରଣୀୟ କହିବା ପାଇଁ ଦେଶର କୋଟି କୋଟି ଜନସାଧାରଣ ତଥା ଗଣମାଧ୍ୟମକୁ ମୁଁ ଧନ୍ୟବାଦ ଜଣାଉଛି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆମେ ଯେଉଁ ଯେଉଁ ମୁଦ୍ଦା ଉପରେ ଆଲୋଚନା କରିଥିଲେ ସେ ସବୁକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମରେ ଭୁମିକା ଗୁରୁତ୍ଵପୁର୍ଣ୍ଣ । ଏହି କାର୍ଯ୍ୟ ପାଇଁ ପ୍ରିଣ୍ଟ ମିଡିଆ, ଡିଜିଟାଲ ମିଡିଆ ଏପରିକି ୟୁଟ୍ୟୁବକୁ ମଧ୍ୟ ମୋର ଧନ୍ୟବାଦ ।

ଆସନ୍ତା ଅକ୍ଟୋବର ୩ରେ ମୋଦୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ୧୦ ବର୍ଷ ପୂରଣ ହେବାକୁ ଯାଉଛି । ଏଥିସହ ସ୍ବଚ୍ଛ ଭାରତ ମିଶନ ଅଭିଯାନକୁ ମଧ୍ୟ ୧୦ବର୍ଷ ପୂରଣ ହେବାକୁ ଯାଉଛି । ସେଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ମୋଦୀ କହିଛନ୍ତି ଯେ, ୧୦ ବର୍ଷ ପୂର୍ବରୁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ୩ ଅକ୍ଟୋବର ବିଜୟା ଦଶମୀ ଦିନ ଆରମ୍ଭ ହୋଇଥିଲା । ଏହା ଅତ୍ୟନ୍ତ ବିରଳ ପବିତ୍ର ସଂଯୋଗ ଯେ ଚଳିତ ବର୍ଷ ୩ ଅକ୍ଟୋବରରେ ଏହି କାର୍ଯ୍ୟକ୍ରମକୁ ୧୦ ବର୍ଷ ପୁରଣ ହେଉଛି । ଏବଂ ସେଦିନ ନବରାତ୍ରୀର ପ୍ରଥମ ଦିନ ପଡୁଛି ବୋଲି କହିଛନ୍ତି ମୋଦୀ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାସରେ ଆଉ ଏକ ମହତ୍ଵପୁର୍ଣ୍ଣ କାର୍ଯ୍ୟକ୍ରମକୁ ମଧ୍ୟ ୧୦ ବର୍ଷ ପୁରିବାକୁ ଯାଉଛି । ଏହି ଅଭିଯାନର ସଫଳତାରେ ଦେଶର ବଡ ବଡ ଶିଳ୍ପଠାରୁ ଆରମ୍ଭ କରି ଛୋଟ ଦୋକାନୀମାନଙ୍କର ମଧ୍ୟ ଅବଦାନ ରହିଛି। ମୁଁ ‘ମେକ୍ ଇନ୍ ଇଣ୍ଡିଆ’ ବିଷୟରେ କହୁଛି। ଆଜି ମୁଁ ବହୁତ ଖୁସି ଯେ ଏହି ଅଭିଯାନରୁ ଗରିବ, ମଧ୍ୟବିତ୍ତ ଏବଂ ଏମ୍ଏସ୍ଏମ୍ଇଗୁଡିକ ବହୁତ ଲାଭ ପାଉଥିବାର ଦେଖି । ସେ ଆହୁରି ମଧ୍ୟ କହିଛନ୍ତି, “ଏହି ପାର୍ବଣରେ ଆପଣମାନେ ଆପଣମାନଙ୍କର ସେହି ପୁରୁଣା ସଂକଳ୍ପର ପୁନରାବୃତ୍ତି କରନ୍ତୁ । ପାର୍ବଣରେ ଆପଣ ଯେଉଁ ଜିନିଷ କିଣିବେ ତାହା କେବଳ ମେଡ୍ ଇନ୍ ଇଣ୍ଡିଆ ହେବା ଉଚିତ୍ । ଏପରିକି ଉପହାର ଜିନିଷ ମଧ୍ୟ ‘ମେଡ୍ ଇନ୍ ଇଣ୍ଡିଆ’ର କିଣିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ମୋଦୀ ।

Leave A Reply

Your email address will not be published.