Latest Odisha News

BREAKING NEWS

ଅକାଳୀ ଦଳର ଅଭିଯୋଗ, ଜର୍ମାନୀରେ ହଟ୍ଟହଟ୍ଟା ହେଲେ ଭାଗୱନ୍ତ ମାନ !

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତା ଭାଗୱନ୍ତ ମାନଙ୍କୁ ନେଇ ସୋମବାର ରାଜନୀତି ସରଗରମ ହୋଇଉଠିଛି । ଶିରୋମଣି ଅକାଳୀ ଦଳ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନବନ୍ଦରରେ ଅତ୍ୟଧିକ ମଦ୍ୟପାନ ଯୋଗୁ ମାନଙ୍କୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ ଆଣିଛି । ତାଙ୍କ ପାଇଁ ବିମାନ ୪ଘଂଟା ବିଳମ୍ବରେ ତାର ଗନ୍ତବ୍ୟ ସ୍ଥାନରେ ପଂହଚିଥିଲା । ବିମାନରେ ଥିବା ଜଣେ ଯାତ୍ରୀ ଏହାର ପ୍ରମାଣ ଦେଇଛନ୍ତି ବୋଲି ଏସଏଡିର ମୁଖ୍ୟ ସୁଖବିନ୍ଦର ସିଂ ବାଦଲ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ସେ ଆପର ଜାତୀୟ ସମ୍ମିଳନୀରେ ଯୋଗ ଦେଇପାରି ନ ଥିଲେ । ସେ ଏତେ ମାତ୍ରାରେ ମଦ୍ୟପାନ କରିଥିଲେ ଯେ, ଚାଲିବା ପାଇଁ ପତ୍ନୀଙ୍କ ସହାୟତା ନେଇଥିଲେ ।

ତେବେ ଏହି ଅଭିଯୋଗକୁ ଆପ ପକ୍ଷରୁ ଖଣ୍ଡନ କରାଯାଇଛି । ମୁଖ୍ୟମନ୍ତ୍ରୀ ସାମାନ୍ୟ ଅସୁସ୍ଥ ଥିଲେ ଏବଂ ସେ ଠିକ ସମୟରେ ନୂଆଦିଲ୍ଲୀରେ ପଂହଚିଥିଲେ ବୋଲି ମାନଙ୍କ ମୁଖପାତ୍ର ମଲୱନ୍ଦର ସିଂ କହିଛନ୍ତି । ବିଜେପି ଏବଂ ଏସଏଡି ଏ ନେଇ ଆପକୁ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.