ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ତେବେ ଶୁକ୍ରବାର ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ ଏକ ରୋଡ ଶୋ କରୁଥିବା ବେଳେ ତାଙ୍କ ଉପରକୁ ଟେକାମାଡ ହୋଇଛି । ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଛି । ତାଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଛି । ଅମ୍ରିତସରର ଅଟାରୀ ଅଂଚଳରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା ।
ଗାଡିର ସନରୁଫ ଖୋଲି ମାନ ଛିଡା ହେବା ବେଳେ ତାଙ୍କ ମୁଣ୍ଡରେ ପଥର ବାଜିଥିଲା । ତେବେ କିଏ ତାଙ୍କ ଉପରକୁ ଏହି ଟେକା ମାଡ କରିଛି ସେ ନେଇ କୌଣସି ତଥ୍ୟ ମିଳି ନାହିଁ । ମାନଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ରହିଛି ଏବଂ କୌଣସି ଚିନ୍ତାଜନକ କାରଣ ନାହିଁ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
Comments are closed.