Latest Odisha News

BREAKING NEWS

ଅଭିନେତ୍ରୀଙ୍କୁ ଚୁମ୍ବନ ଦେଇ ବିବାଦୀୟ ହୋଇପଡ଼ିଲେ ନିର୍ଦ୍ଦେଶକ, ପ୍ରତିକ୍ରିୟା ରଖିଲେ ମନାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମନାରା ଚୋପ୍ରା ଏବେ ଖୁବ୍ ଚର୍ଚ୍ଚାରେ । କିଛି ଦିନ ତଳେ ଦକ୍ଷିଣ ଭାରତୀୟ ନିର୍ଦ୍ଦେଶକ ଏଏସ ରବି କୁମାର ଚୌଧୁରୀ ମନାରାଙ୍କୁ ପାଖକୁ ଟାଣି ନେଇ ଚୁମ୍ବନ ଦେଇଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଯାହାକୁ ଦେଖି ଲୋକେ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ନିର୍ଦ୍ଦେଶକ ଚୁମ୍ବନ ଦେଇ ବିବାଦୀୟ ହୋଇପଡ଼ିଥିବା ବେଳେ ନିକଟରେ ମନାରା ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ମନାରା କହିଛନ୍ତି ଯେ, ନିର୍ଦ୍ଦେଶକ ଏଏସ ରବି ମୋ କାମକୁ ବହୁତ ପସନ୍ଦ କରନ୍ତି । ଏପରିକି ଯେତେବେଳେ ମୁଁ ସୁଟିଂ କରୁ ନ ଥିଲି, ସେ ମୋତେ ଫୋନ୍ କରି କହୁଥିଲେ ଯେ, ମୁଁ ତୁମକୁ ମନେ ପକାଉଛି । ଚୁମ୍ବନ ଦେବାକୁ ନେଇ ତାଙ୍କୁ ଏପରି ନକରାତ୍ମକ ସମାଲୋଚନା କରିବା ଉଚିତ୍ ନୁହେଁ । ତାଙ୍କର ଏପରି ଆଚରଣ ଦେଖି ପ୍ରଥମେ ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲି । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ସେ ଏପରି କରି ନ ଥିଲେ । କେବଳ ବେଶୀ ଉତ୍ସାହିତ ହୋଇ ଏପରି କରିଥିଲେ । ଲୋକମାନେ ଟିକେ ଉତ୍ସାହିତ ହୋଇପଡ଼ିଲେ ଏଭଳି କରି ବସନ୍ତି ।

ଆଗକୁ ଆସୁଛି ମନାରାଙ୍କ ଅଭିନିତ ଫିଲ୍ମ ‘ତିରାଗବାଦରା ସାମି’ । ଏଥିରେ ଏଏସ ରବି କୁମାର ଚୌଧୁରୀ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମର ପ୍ରଚାର ପାଇଁ ଯାଇଥିବା ବେଳେ ଗଣମାଧ୍ୟମର ଫଟୋଗ୍ରାଫରଙ୍କ ଆଗରେ ପୋଜ୍ ଦେଇଥିଲେ । ଏହି ସମୟରେ ନିର୍ଦ୍ଦେଶକ ଏଏସ ରବି କୁମାର ମନାରାଙ୍କ ପାଖକୁ ଆସି ତାଙ୍କ କାନ୍ଧରେ ହାତ ପକାଇ ଫଟୋ ଉଠାଇଥିଲେ । ପରେ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ,ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Comments are closed.