Latest Odisha News

କାର୍ତ୍ତିକଙ୍କ ଭୂୟସୀ ପ୍ରଶଂସା କରିବା ପରେ ତାଙ୍କୁ ପୁରସ୍କାର ଦେଇଦେଲେ ମନୋଜ ବାଜପେୟୀ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଅଭିନେତା ମନୋଜ ବାଜପେୟୀଙ୍କ ଏକ ପଦକ୍ଷେପ ପ୍ରଶଂସକଙ୍କ ଛାତି ଚଉଡା କରିଦେଇଛି । ଏକ ପୁରସ୍କାର ସମାରୋହ ଉତ୍ସବରେ ମନୋଜଙ୍କୁ ଜୋରମ ଫିଲ୍ମ ପାଇଁ ପୁରସ୍କାର ମିଳିଥିଲା । ଏହା ଘୋଷଣା ହେବା ପରେ ମନୋଜ ଷ୍ଟେଜ ଉପରୁ ହଠାତ କାର୍ତିକ ଆର୍ଯ୍ୟନଙ୍କୁ ଡାକିଥିଲେ । ଯାହାକି ସମସ୍ତଙ୍କୁ ଚକିତ କରିଥିଲା । ସେ କହିଥିଲେ କାର୍ତିକ ହେଉଛନ୍ତି ଯୁବ ପିଢ଼ୀଙ୍କ ପାଇଁ ଆଦର୍ଶ । ଫିଲ୍ମ ଦୁନିଆର ବାହାରୁ ଆସୁଥିବା କଳାକାରଙ୍କ ପାଇଁ ସେ ପ୍ରକୃତ ପ୍ରତିନିଧି ପାଲଟିଛନ୍ତି । ମୁମ୍ବାଇ ପରି ସହରରେ ସମସ୍ତ ବାଧା ବିଘ୍ନକୁ ଅତିକ୍ରମ କରି ଜଣେ କଳାକାର ତିଷ୍ଠି ରହିବା ଏତେ ସହଜ ନୁହେଁ । ଏହା କହିବା ପରେ ସେ ତାଙ୍କ ପୁରସ୍କାର କାର୍ତିକଙ୍କୁ ପ୍ରଦାନ କରିଥିଲେ ।

ଏହି ଯୁବ କଳାକାରଙ୍କୁ ସତ୍ୟପ୍ରେମ କି କଥା ପାଇଁ ମଧ୍ୟ ପୁରସ୍କାର ମିଳିଥିଲା । ନିକଟରେ ମନୋଜ କିଲର ସୁପରେ ଅଭିନୟ କରିଥିଲେ । ଏହା ପରେ ତାଙ୍କର ଫ୍ୟାମିଲ ମ୍ୟାନ ସିଜନ ୩ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ଅପରପକ୍ଷରେ କାର୍ତିକ ଚନ୍ଦୁ ଚାମ୍ପିୟନ ଫିଲ୍ମର ଶୁଟିଂ ଶେଷ କରିଛନ୍ତି । ଏହା ପାରା ଅଲିମ୍ପିଆନ ମୁରଲୀକାନ୍ତ ପାଟେକରଙ୍କ ଜୀବନୀ ଉପରେ ଆଧାରିତ । ସେ ଏହା ପରେ ଭୁଲ ଭୁଲୈୟା ୩ର ଶୁଟିଂ ଆରମ୍ଭ କରିବେ ।

Comments are closed.