Latest Odisha News

BREAKING NEWS

ମନୋଜ ବାଜପେୟୀଙ୍କ ‘ଘୁସଖୋର୍ ପଣ୍ଡତ’କୁ ନେଇ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ମନୋଜ ବାଜପେୟୀଙ୍କ ଆଗାମୀ ଫିଲ୍ମ ଘୁସଖୋର୍ ପଣ୍ଡିତକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମଟି ନୀରଜ ପାଣ୍ଡେଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଅନେକ ଲୋକ ଏହାର ଶୀର୍ଷକକୁ ନେଇ ଆପତ୍ତି ଉଠାଇଛନ୍ତି। ରିଲିଜ୍ ପୂର୍ବରୁ ହିଁ ଏହାକୁ ବୟକଟ କରିବା ପାଇଁ କହିଛନ୍ତି।

ତେବେ ଫିଲ୍ମର ଶୀର୍ଷକକୁ ଲୋକମାନେ ନାପସନ୍ଦ କରିବା ସହ ଏହାକୁ ଜାତିବାଦୀ ବୋଲି କହିଛନ୍ତି ଏବଂ ନିର୍ମାତାମାନେ ଫିଲ୍ମ ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବଦନାମ କରିବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ କରୁଛନ୍ତି। ଏହାବ୍ୟତୀତ ଏହି ଫିଲ୍ମଟି ନେଟଫ୍ଲିକ୍ସରେ ରିଲିଜ ହେଉଥିବାରୁ ଲୋକମାନେ OTT ପ୍ଲାଟଫର୍ମ ବିରୁଦ୍ଧରେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହି ଫିଲ୍ମର ଏକ ଟିଜର ଫେବୃଆରୀ ୩ ତାରିଖରେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା। ଯାହାପରେ ଅନେକ ଲୋକ ଏହା ବିରୁଦ୍ଧରେ ପ୍ରତିବାଦ କରିବା ଆରମ୍ଭ କରିଦେଇଥିଲେ। “ଘୁସଖୋର୍ ପଣ୍ଡିତ”ର ଟିଜରରେ ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଏହା ଦିଲ୍ଲୀର ଜଣେ କୁଖ୍ୟାତ ପଣ୍ଡିତ ଅଜୟ ଦୀକ୍ଷିତଙ୍କ ଚରିତ୍ରକୁ ନେଇ ନିର୍ମାଣ କରାଯାଇଛି। ସୋସିଆଲ ମିଡିଆ ୟୁଜର୍ସ ଫିଲ୍ମ ନିର୍ମାତାମାନଙ୍କୁ ଟାଇଟଲ୍ ପରିବର୍ତ୍ତନ କରିବାକୁ ଦାବି କରିଥିଲେ ନଚେତ୍ ଫିଲ୍ମ ଉପରେ ବ୍ୟାନ ଲଗାଯିବ ବୋଲି ମଧ୍ୟ ସେମାନେ ଧମକ ଦେଇଛନ୍ତି।

କେବଳ ଏତିକି ନୁହେଁ ସୁପ୍ରିମକୋର୍ଟର ଓକିଲ ଶଶାଙ୍କ ଶେଖର ଝା ମଧ୍ୟ ଫିଲ୍ମର ଟାଇଟଲ୍ କୁ ନେଇ ଆପତ୍ତି ଉଠାଇ ନେଟଫ୍ଲିକ୍ସକୁ ଚେତାବନୀ ଦେଇଛନ୍ତି। ନମସ୍କାର @NetflixIndia, ପଣ୍ଡିତ ଏବଂ ବ୍ରାହ୍ମଣଙ୍କ ପ୍ରତି ଘୃଣାକୁ ସହ୍ୟ କରାଯିବ ନାହିଁ ଓ କୋର୍ଟରେ ଏହି ମାମଲାର ସମାଧାନ ହେବ ବୋଲି ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି।

 

Leave A Reply

Your email address will not be published.