Latest Odisha News

ଏକାଠି ଆସୁଛନ୍ତି ମନୋଜ ବାଜପାୟୀ, ନିନା ଓ ସାକ୍ଷୀ ତନୱର !

ମୁମ୍ବାଇ: ତିନି ପୁରୁଖା କଳାକାରଙ୍କୁ ନେଇ ସାମ୍ନାକୁ ଆସିବ ଥ୍ରୀଲର୍ ଫିଲ୍ମ “ଡାଏଲ୍‌- ୧୦୦” । ସୋନୀ ପିକ୍‌ଚର୍ସ ବ୍ୟାନର୍ ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ମନୋଜ ବାଜପାୟୀ, ନିନା ଗୁପ୍ତା ଓ ସାକ୍ଷୀ ତନୱରଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ ।

ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଫିଲ୍ମ ନିର୍ମାତା ସିଦ୍ଧାର୍ଥ ମଲହୋତ୍ରା ଓ ସପ୍‌ନା ମଲହୋତ୍ରା । ‘ଉଙ୍ଗ୍‌ଲି’ ଓ ‘କୁର୍ବାନ୍’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ରେନ୍‌ସିଲ୍ ଡି’ ସିଲଭା ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ । ଆଜିଠୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ଉଭୟ ମନୋଜ ଓ ନିନା ଗୁପ୍ତା ଖୁବ ଏକ୍ସାଇଟେଡ୍ ଥିବା ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ଜଣାପଡିଛି ।

ଶେଷଥର ପାଇଁ ମନୋଜଙ୍କୁ ଫିଲ୍ମ ‘ସୁରଜ ପେ ମଙ୍ଗଲ୍ ଭାରୀ’ରେ ଦେଖିବାକୁ ମିଳିଥିଲା । ଅନ୍ୟପଟେ ‘ମସାବାମସାବା’ ଭଳି ଫିଲ୍ମରେ ନିନା ଗୁପ୍ତା ବି ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ଏବେ ଦେଖିବାକୁ ବାକି ରହିଲା ସାକ୍ଷୀ, ମନୋଜ ଓ ନିିନା ଗୁପ୍ତାଙ୍କ ଭଳି କଳାକାରଙ୍କୁ ନେଇ ଫିଲ୍ମ “ଡାଏଲ୍‌-୧୦୦” କେତେଦୂର ଦର୍ଶକଙ୍କୁ ଆକର୍ଷିତ କରିପାରୁଛି ।

Leave A Reply

Your email address will not be published.