Latest Odisha News

BREAKING NEWS

ଅଭିନେତା ମନୋଜ ବାଜପେୟୀଙ୍କ ପିତାଙ୍କ ‌ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଅଭିନେତା ମନୋଜ ବାଜପେୟୀଙ୍କ ପିତା ଆର୍‌କେ ବାଜପେୟୀଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

କିଛି ସପ୍ତାହ ପୂର୍ବରୁ ଆର୍‌କେ ବାଜପେୟୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ବିହାରର ବାସିନ୍ଦା ଥିଲେ। ରାଧାକାନ୍ତ ବାଜପେୟୀ ଜଣେ ପଦ୍ମଶ୍ରୀ ବିଜେତା ମଧ୍ୟ ଥିଲେ।

ଗତ ମାସରେ ମନୋଜ ବାଜପେୟୀଙ୍କ ପିତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା। ସେତେବେଳେ ମନୋଜ କେରଳରେ ସୁଟିଂ କରୁଥିଲେ। ତାଙ୍କ ପିତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଜାଣିବା ପରେ ସେ ସୁଟିଂ ଛାଡି ଚାଲିଆସିଥିଲେ।

Comments are closed.