Latest Odisha News

ହଂସିତାଙ୍କ ଦ୍ବିତୀୟ ସ୍ବାମୀ ମନୋଜଙ୍କ ଆଗୁଆ ଜାମିନ ଆବେଦନ ଖାରଜ

କଟକ: ହାଇପ୍ରୋଫାଇଲ ଠକ ଯୋଡ଼ି ହଂସିତା-ଅନୀଲ ମାମଲା । ତଥାକଥିତ ହଂସିତାଙ୍କ ଦ୍ବିତୀୟ ସ୍ବାମୀ ମନୋଜ ଆଚାର୍ଯ୍ୟଙ୍କ ଅଡ଼ୁଆ ବଢିଲା । ମନୋଜଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଜଷ୍ଟିସ ଭି ନରସିଂହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ଆଗୁଆ ଜାମିନ ଖାରଜ କରିଛନ୍ତି ।

ଇନଫୋନସିଟି ଥାନା ଥାନାର କେସ ନମ୍ବର ୬୧୧/୨୦୨୪ରେ ଆଗୁଆ ଜାମିନ ଆବେଦନ କରିଥିଲେ ମନୋଜ । ୧୯୮୦ ମସିହାର ଗୁରୁବକ୍ସ ସିଂ ଶିବ୍ବା ବନାମ ପଞ୍ଜାବ ସରକାର ମାମଲା ଆଧାରରେ ଜାମିନ ଖାରଜ ହୋଇଥିବା ସୂଚନା ମିଳିଛି ।

କାହିଁକି ଗିରଫଦାରୀ ଭୟ ରହିଛି ବୋଲି ମନୋଜଙ୍କୁ ପ୍ରଶ୍ନ କଲେ ହାଇକୋର୍ଟ । ତେବେ ପରବର୍ତ୍ତୀ ସମୟରେ ପୁଣି ଆବେଦନ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।

Comments are closed.