Latest Odisha News

BREAKING NEWS

ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ ହେଲେ ମନୋଜ ଶର୍ମା

ଭୁବନେଶ୍ୱର: ୧୯୮୫ ବ୍ୟାଚର ଭାରତୀୟ ରେଳ ଇଞ୍ଜିନିୟରିଂ ସେବା (ଆଇଆରଏସ୍ଇ) ଅଧିକାରୀ ମନୋଜ ଶର୍ମା ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଭାବେ ଯୋଗ ଦେଇଛନ୍ତି । ଏହା ପୂର୍ବରୁ ସେ ମୁମ୍ବାଇରେ କେନ୍ଦ୍ରୀୟ ରେଳବାଇ (CR)ର ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ) ଭାବରେ କାର୍ଯ୍ୟ କରୁଥିଲେ ।

ସେ ପଶ୍ଚିମ ରେଳବାଇରେ ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆରଏମ)/ରତଲାମ, ଉତ୍ତର ରେଳବାଇରେ ମୁଖ୍ୟ ଇଞ୍ଜିନିୟର, ଭାରତର ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦିଲ୍ଲୀରେ ମୁଖ୍ୟ ଜେନେରାଲ ମ୍ୟାନେଜର ଏବଂ ଲକ୍ଷ୍ନୌରେ ଅନୁସନ୍ଧାନ ଡିଜାଇନ୍ ଏବଂ ମାନକ ସଂଗଠନରେ ଯୁଗ୍ମ ନିର୍ଦ୍ଦେଶକ / ନିର୍ଦ୍ଦେଶକ (R.D.S.O) ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଶର୍ମା ୧୯୮୭ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ସେ ରୁରକି ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି ଏବଂ ଆଇ ଆଇ ଟି ଦିଲ୍ଲୀରୁ ଏମ ଟେକ କରିଛନ୍ତି । ପ୍ରୋଜେକ୍ଟ ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବାରେ ତାଙ୍କର ବହୁ ଅଭିଜ୍ଞତା ରହିଛି । ସେ ବିଭିନ୍ନ ମନ୍ତ୍ରଣାଳୟରେ, ଯେପରିକି RDSO,ଲକ୍ଷ୍ନୌ, NHAI ଇତ୍ୟାଦି ଭଳି ବିଭିନ୍ନ ସରକାରୀ କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିଛନ୍ତି ।

ଶ୍ରୀ ଶର୍ମା ଅତ୍ୟନ୍ତ ପ୍ରତିବଦ୍ଧ ଏବଂ ନିଷ୍ଠାପର ଅଧିକାରୀ ଏବଂ ତାଙ୍କର ଭାରତୀୟ ରେଳବାଇର କାର୍ଯ୍ୟ କାରିତା ଉପରେ ଉଜ୍ଜ୍ୱଳ ଜ୍ଞାନ ଏବଂ କାର୍ଯ୍ୟ ଦକ୍ଷତା ରହିଛି । ସକ୍ରିୟ ଆଭିମୁଖ୍ୟ ଏବଂ ସମସ୍ୟା ସମାଧାନ କୌଶଳ ରହିଛି । ସର୍ବଦା ଅତିରିକ୍ତ ଦାୟିତ୍ୱ ବହନ କରିବାରେ ତତ୍ପର ରହିଥାନ୍ତି । ପ୍ରତ୍ୟେକ କାର୍ଯ୍ୟକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଶ୍ରୀ ଶର୍ମା ସର୍ବଦା ଭାରତୀୟ ରେଳବାଇର ଲକ୍ଷ୍ୟାଧର୍ଯ୍ୟ ପୂରଣ କରିବାରେ ଚେଷ୍ଟା କରିଥାନ୍ତି ।

IIT ଦିଲ୍ଲୀରୁ MTech ବ୍ୟତୀତ, ଶ୍ରୀ ଶର୍ମା ବିଭିନ୍ନ ସରକାରୀ ସଂସ୍ଥାରେ ଏବଂ ମନ୍ତ୍ରଣାଳୟରେ ଭିନ୍ନ ଭିନ୍ନ କ୍ଷମତାରେ କାର୍ଯ୍ୟ କରୁଥିବାବେଳେ ବହୁ ବର୍ଷ ଧରି ସେହି ସବୁ କାର୍ଯ୍ୟ ଶୈଳୀର ଦକ୍ଷତା ଏବଂ ଅଭିଜ୍ଞତାକୁ ଏକାଠି କରିବାରେ ସଫଳ ହେଇଛନ୍ତି । ଏତଦବ୍ୟତୀତ ଶ୍ରୀ ଶର୍ମା ୨୦୧୧ ମସିହାରେ ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନରୁ ତାଙ୍କର ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ପାଠ୍ୟକ୍ରମ ମଧ୍ୟ ସମ୍ପୂର୍ଣ କରିଛନ୍ତି ।

Leave A Reply

Your email address will not be published.