Latest Odisha News

BREAKING NEWS

ଯୋଗୀ ସରକାରଙ୍କ ମନ୍ତ୍ରୀ ଗୋପାଳ ନନ୍ଦିଙ୍କୁ ଜେଲ୍ ଦଣ୍ଡାଦେଶ

ଲକ୍ଷ୍ନୌ: ଯୋଗୀ ସରକାରର ମନ୍ତ୍ରୀ ନନ୍ଦ ଗୋପାଳ ନନ୍ଦିଙ୍କୁ ଏମପି ଏମଏଲଏ କୋର୍ଟ ବର୍ଷେ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ୨୦୧୪ ଲୋକସଭା ନିର୍ବାଚନ ସହ ଜଡ଼ିତ ଏକ ମାମଲାର ଶୁଣାଣି କରି କୋର୍ଟ ବର୍ଷେ ଜେଲ୍ ସହ ଜରିମାନା ଦଣ୍ଡାଦେଶ କରିଛନ୍ତି । ନନ୍ଦିଙ୍କୁ ଆଇପିସି ଧାରା ୧୪୭ ଓ ୩୨୩ ଅନୁସାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ ।

୨୦୧୪ ନିର୍ବାଚନରେ ଅଭିଯୋଗ ହୋଇଥିଲା ଯେ, ନନ୍ଦି ସମର୍ଥକଙ୍କ ଦ୍ୱାରା ତତ୍କାଳୀନ ସମାଜବାଦୀ ପାର୍ଟିର ସାଂସଦ ରେବତୀ ରମଣ ସିଂଙ୍କ ସଭାରେ ଆକ୍ରମଣ କରିଥିଲେ । ଏପରିକି ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା । ସେତେବେଳେ ନନ୍ଦି କଂଗ୍ରେସରେ ଥିଲେ, ତାଙ୍କ ବିରୋଧରେ ସମାଜବାଦୀ ପାର୍ଟି ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା ।

ଏବେ ଉକ୍ତ ମାମଲାର ୯ ବର୍ଷ ପରେ ନନ୍ଦି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାମଲାରେ କୋର୍ଟ ତାଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି । ତେବେ ଏକବର୍ଷ ଜେଲ୍ ଦଣ୍ଡାଦେଶ ସତ୍ତ୍ୱେ ନନ୍ଦିଙ୍କ ବିଧାୟକ ପଦ ରଦ୍ଦ ହେବ ନାହିଁ । ସଦସ୍ୟତା ପଦ ରଦ୍ଦ ଲାଗି ୨ରୁ ଅଧିକ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ଆବଶ୍ୟକ ।

Leave A Reply

Your email address will not be published.