କୋଲକାତା: ଭାରତୀୟ କ୍ରିକେଟର ମନୋଜ ତିୱାରୀ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୩୭ ବର୍ଷୀୟ ତିୱାରୀ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ଟିମ ଇଣ୍ଡିଆ ପକ୍ଷରୁ ୨୦୧୫ରେ ସେ ଶେଷ ଥର ପାଇଁ ଖେଳିଥିଲେ । ୨୦୨ରେ ତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗକୁ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରାଇଥିଲେ । ସେ ପଶ୍ଚିମବଙ୍ଗର କ୍ରୀଡା ମନ୍ତ୍ରୀ ରହିଛନ୍ତି । ଭାରତ ପକ୍ଷରୁ ସେ ୧୨ ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆରେ ସେ ୨୬.୦୯ ଆଭରେଜରେ ୨୮୭ ରନ କରିଛନ୍ତି ।
ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ସେ ସୂଚନା ଦେଇଥିଲେ । କ୍ରିକେଟ ମୋତେ ସବୁ କିଛି ଦେଇଛି । ମୋ କ୍ୟାରିୟର ନେଇ ଯେଉଁମାନେ ସହଯୋଗ କରିଛନ୍ତି ସେମାନଙ୍କୁ କେବେ ହେଲେ ଭୁଲିବି ନାହିଁ । ସେ ତାଙ୍କ ପରିବାର, କୋଚ ମାନୱିନ୍ଦର ଘୋଷ ଓ ମହେନ୍ଦ୍ର ସିଂ ଧୋନୀଙ୍କ ଯୋଗଦାନକୁ ପ୍ରଶଂସା କରିଥିଲେ ।
Comments are closed.