Latest Odisha News

BREAKING NEWS

ଗୋଟିଏ ମଞ୍ଚରେ ଏକାଠି ହେବେ ନବୀନ ପଟ୍ଟନାୟକ-ଅମିତ ଶାହ

ଭୁବନେଶ୍ୱର: ଗୋଟିଏ ମଞ୍ଚରେ ବସିବେ ନବୀନ-ଅମିତ । ଏକାଠି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଦୁଇ ନେତା । ବିଜେପି-ବିଜେଡି ଅଘୋଷିତ ମେଣ୍ଟକୁ ନେଇ ଆଞ୍ଚଳିକଠୁ ଆରମ୍ଭ କରି ଜାତୀୟ ରାଜନୀତି ଏବେ ଉଠୁଛିପଡୁଛି । ତା ଭିତରେ  ଦୁଇ ବିରୋଧୀଙ୍କୁ ଗୋଟିଏ ମଞ୍ଚରେ ଏମିତି ଏକାଠି ହେବାକୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣ ଖୋଜୁଛନ୍ତି ଲୋକେ ।

BjdElectrycity

ଆସନ୍ତାକାଲିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ଅମିତ ଶାହ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚାନା ରହିଛି  ।    ୪ ତାରିଖ ରାତି ୧୦ଟା ୪୦ରେ ଶାହା ଭୁବନେଶ୍ୱର ପହଂଚିବେ । ଶନିବାର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସୂଚନା ରହିଛି । ଶନିବାର ସକାଳ ୧୧ରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ।  ଏହି ସମୟରେ ଗୋଟିଏ ମଂଚରେ ବସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତା’ପରେ ୧୨ଟାରୁ ସାଢେ ୧୨ଟା ନକ୍ସଲ ଦମନ, ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବେ । ସାଢେ ୧୨ଟାରୁ ଦଳୀୟ ବୈଠକ ସହ ପାର୍ଟି କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରିବେ ।ଅପରାହ୍ନ ୨ଟାରୁ ୫ଟା ଯାଏ କର୍ମକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ଯୋଗ ଦେବେ ।

ସନ୍ଧ୍ୟା ୬ଟାରେ ବିମାନବନ୍ଦର ଲାଉଞ୍ଜରେ ବୈଠକ କରି ପ୍ରତ୍ୟାବର୍ତ୍ତନ କରିବେ ଶାହ ।

Leave A Reply

Your email address will not be published.