ପାରାଦୀପ: ଜଗତସିଂହପୁରର ପାରାଦୀପରେ ରବିବାର ଦିନ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁଯାୟୀ, ତାଳଚେରରୁ ଆସିଥିବା ଟ୍ରେନ୍ଟି ବନ୍ଦର ଭିତରେ ଥିବା ଏକ ଘରୋଇ କମ୍ପାନୀ ପରିସରକୁ ଯାଉଥିବା ବେଳେ ମୃତଦେହ ଠାବ କରାଯାଇଥିଲା। ବନ୍ଦର ଅଞ୍ଚଳରେ ଟ୍ରେନ୍ ପ୍ରବେଶ କରିବା ସମୟରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF)ର କର୍ମଚାରୀମାନେ ପ୍ରଥମେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ।
ତେବେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଟ୍ରେନ ୱାଗନ୍ ଉପରେ ଯାତ୍ରା କରିବା ସମୟରେ ଓଭରହେଡ୍ ତାରରୁ ବିଦ୍ୟୁତ୍ ଆଘାତ ଲାଗିଛି କି ତାଙ୍କୁ କେହି ହତ୍ୟା କରି ଟ୍ରେନରେ ଫିଙ୍ଗି ଦେଇଛନ୍ତି ତାହା ଜାଣିବା ପାଇଁ ପୋଲିସ ପ୍ରୟାସ ଚାଲିଛି।
Comments are closed.