Latest Odisha News

ମନୁଙ୍କ ମନ ମାନୁନି, ହ୍ୟାଟ୍ରିକ ପଦକ ହାସଲ ଲକ୍ଷ୍ୟରେ

ପ୍ୟାରିସ: ଭାରତୀୟ ଶୁଟର ମନୁ ଭାକରଙ୍କ ପାଇଁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ସ୍ମରଣୀୟ ହେବାକୁ ଯାଉଛି । ୨ଟି ପଦକ ହାସଲ କରିବା ପରେ ମନୁ ମନ ବୁଝୁ ନ ଥିବାରୁ ସେ ଏବେ ୨୫ ମିଟର ପିସ୍ତଲ ଇଭେଂଟର ଫାଇନାଲରେ ପ୍ରବେଶ କରିଛି । ଯଦି ଏଥିରେ ସେ ପଦକ ଜିତିବେ ତାହାହେଲେ ପ୍ରଥମ ଆଥଲେଟ ଭାବେ ଭାରତ ପକ୍ଷରୁ ଅନେକ ଇତିହାସ ରଚିବେ । ଜବରଦସ୍ତ ଫର୍ମରେ ଥିବା ମନୁ ୫୯୦ ସ୍କୋର କରିଥିଲେ । ସେ କ୍ୱାଲିଫିକେଶନ ରାଉଣ୍ଡରେ ୨ୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ହଙ୍ଗେରୀର ଭେରୋନିକା ମେଜର (୫୯୨) ଅଲିମ୍ପିକ କ୍ୱାଲିଫିକେଶନ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।

ତେବେ ଈଶା ସିଂ ନୈରାଶ୍ୟଜନକ ପ୍ରଦର୍ଶନ କରି ୧୮ତମ ସ୍ଥାନରେ ରହିଛନ୍ତ । ସେହିପରି ଜୁଡୋକୋ ତୁଲିକା ମାନ ୭୮ କିଗ୍ରା ବିଭାଗରୁ ବିଦା ନେଇଛନ୍ତି । ଲଣ୍ଡନ ଗେମ୍ସ ଚାମ୍ପିୟନ କ୍ୟୁବାର ଇଡାଲାୟସ ଓର୍ଟିଜଙ୍କ ନିକଟରୁ ରାଜ୍ୟଗୋଷ୍ଠୀ କ୍ରୀଡା ରୌପ୍ୟ ପଦକ ବିଜେତା ତୁଲିକା ୦-୧୦ରେ ହାରିଥିଲେ । ଏଥିସହ ଜୁଡୋରେ ଭାରତର ଅଭିଯାନ ଶେଷ ହୋଇଛି ।

Comments are closed.