Latest Odisha News

ନନ୍ଦନକାନନରେ ଖୁସିର ମାହୋଲ, ଘରକୁ ଆସିଲେ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀଉଦ୍ୟାନର ଶୋଭା ବୃଦ୍ଧି ସହିତ ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବାକୁ ଚଳିତବର୍ଷ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହିକ୍ରମରେ ଗତ ମଙ୍ଗଳବାର ୭ ପ୍ରଜାତିର ୫୩ ଜୀବଜନ୍ତୁଙ୍କୁ ରାଞ୍ଚିର ଭଗବାନ ବିର୍ଶା ଜୀବ ଉଦ୍ୟାନକୁ ପଠାଯାଇଥିଲା। ପ୍ରତିବଦଳରେ ରାଞ୍ଚି ବିର୍ସାମୁଣ୍ଡା ବାୟୋଲୋଜିକାଲ ପାର୍କରୁ ଗୋଟିଏ ରୟାଲ ବେଙ୍ଗଲ ଟାଇଗରକୁ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି । ଏହାସହ ୪ଟି ହରିଣ, ୪ଟି ପାଲମ ସିଭେଟ, ୨ଟି ଇଣ୍ଡିଆନ ଫକ୍ସ, ୨ଟି ପେଲିକାନ, ୨୦ଟି ନାଇଟ ହେରୋନ, ୨୦ଟି ବ୍ଲାକ ହେଡଡ ଲିବିସ ଆଦିଙ୍କୁ ନନ୍ଦନକାନନକୁ ଅଣାଯାଇଛି ।

ଏହି ନୂଆ ଅତିଥି ପଶୁ ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏଠାକାର ଡାକ୍ତରମାନଙ୍କ ଦ୍ୱାରା କରାଯାଇଛି। ସେମାନଙ୍କୁ କ୍ୱାରେଣ୍ଟାଇଇନରେ ରଖାଯାଇଛି । ତେବେ ରାଞ୍ଚି ଚିଡ଼ିଆଖାନାରୁ ଆସିଥିବା ମାଇ କଳା ବାଘୁଣୀ ଏଠାରେ ବଂଶବୃଦ୍ଧି କରିବ ବୋଲି ଆଶା ରଖିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଏଠାରେ ଥିବା କଳାବାଘ କ୍ରୀଷ୍ଣା, ବାସୁ ଓ ସ୍ପନ୍ଦନ ରହିଥିବା ବେଳେ ରାଞ୍ଚିର କଳା ବାଘୁଣୀ ସହିତ କ୍ରୀଷ୍ଣାର ମିଳନ କରିବେ ବୋଲି ଯୋଜନା ରଖିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ ।

Comments are closed.