Latest Odisha News

BREAKING NEWS

ଅପରେସନ ଚକ୍ର ଅଭିଯାନ: ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଅନେକ

ପୁରୀ: ପୁରୀ ପୋଲିସର ଅପରେସନ ଚକ୍ର ଅଭିଯାନ ଜାରି । ଅପରାଧୀ ଓ ନିଶା ବେପାରୀଙ୍କ ଉପରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରେ ଥିବା ବ୍ୟବସାୟୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଥାଉକି, ସଦର ଥାନା ଅଞ୍ଚଳର କୋରେକ୍ସ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଷଣ୍ଢପୁରର ସଞ୍ଜୟ ଭୋଇ ଏବଂ କାଶୀ ଜଗନ୍ନାଥପୁରର ଚରଣ ସେଠୀ । ସେମାନଙ୍କ ଠାରୁ ୬୬ଟି କଫ ସିରପ ବୋତଲ ସହିତ ଦୁଇଟି ମୋବାଇଲ ଫୋନ୍ ଏବଂ ୮୯୭୦ ଟଙ୍କା ଜବତ କରିଛି ।

ସେହିପରି ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ତ୍ରିନାଥ ସେଠୀ ଏବଂ ଚନ୍ଦନ ସିଂକୁ ସମୁଦ୍ର କୂଳ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ୧୧ ଗ୍ରାମ୍ ବ୍ରାଉନ ସୁଗାର ସହିତ ହଜାରେ ଟଙ୍କା ଜବତ କରିଛି । ବାସେଳୀ ସାହି ଥାନା ପୋଲିସ ୧୧ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିବା ସହିତ ଅଭିଯୁକ୍ତ ଭବାନୀ ଶଙ୍କର ମହାରଣାକୁ ଗିରଫ କରିଛି ।

Leave A Reply

Your email address will not be published.