Latest Odisha News

BREAKING NEWS

ଅଜଣା ରୋଗ ନେଲାଣି ପ୍ରାୟ ୩୨ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ଅଜଣା ଓ ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇ ଗତ ୧୦ ଦିନରେ ପ୍ରାୟ ୩୨ ଶିଶୁଙ୍କ ଜୀବନ ଗଲାଣି। ଉତ୍ତରପ୍ରଦେଶର ଫିରୋଜାବାଦରେ ଅତି କମରେ ୩୨ ପିଲାଙ୍କ ଅଜଣା ରୋଗରେ ଜୀବନ ଗଲାଣି। ଏହି ରୋଗର ପ୍ରକୃତ କାରଣ ବି ଏଯାଏ ଜଣାପଡ଼ିନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।

BjdElectrycity

ଆଗ୍ରା ଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ ଫିରୋଜାବାଦରେ ଏହି ରୋଗରେ ଏକାଧିକ ଶିଶୁ ଓ ବୟସ୍କ ପ୍ରାଣ ହରାଇଛନ୍ତି। ରିପୋର୍ଟ ଅନୁଯାୟୀ, ମୋଟ ମୃତ୍ୟୁ ସଂଖ୍ୟା ୫୩ କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଅତି କମରେ ୪୫ ଜଣ ଶିଶୁ ଅଛନ୍ତି। ଏହା ଡେଙ୍ଗୁ ରୋଗର ପ୍ରଭାବ ବୋଲି ପ୍ରଶାସନ ସନ୍ଦେହ କରୁଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ। ଏହି ରୋଗରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସହରର ସରକାରୀ ମେଡିକାଲ କଲେଜରେ ଅତି କମରେ ୧୮୫ ପିଲା ଭର୍ତ୍ତି ହୋଇଛନ୍ତି।

Leave A Reply

Your email address will not be published.