ବାଲେଶ୍ୱର : ଗତକାଲି ବାଲେଶ୍ୱର ସମୁଦ୍ରକୂଳରେ ଦେଖାଦେଇଥିବା ଡଲଫିନ୍ ର ମୃତ ଦେହ ଉଦ୍ଧାର ହୋଇଛିା ମୃତ ଡଲଫିନ୍ ଭାସି ଭାସି ଆସି କୂଳରେ ଲାଗିଥିବା ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଁଚି ମୃତ ଡଲଫିନକୁ ଉଦ୍ଧାର କରିଛନ୍ତି। ବାଲେଶ୍ୱର ଚାନ୍ଦିପୁର ବେଳାଭୂମିରେ ଏହି ଡଲଫିନ୍ ଦେଖି ସ୍ଥାନୀୟ ଲୋକ ଓ ପିଲାମାନ ଡଲଫିନ୍ ସହ ସେଲ୍ଫି ନେଇଥିଲେ ।ଡଲଫିନ୍ ମୁଣ୍ଡରେ ଟ୍ରଲରେ ମାଡହୋଇ ଆଘାତ ଲାଗିଥିବା ଯୋଗୁଁ ସ୍ଥାନୀୟ ଧୀବର ମାନେ ଡଲଫିନକୁ ଚିକିତ୍ସା ମଧ୍ୟ କରିଥିଲେ । ଡଲଫିନ୍ ସମୁଦ୍ରକୁ ନଯିବାରୁ ଧୀବର ମାନେ ଭସାଇ ନେଇ ଡଲଫିନ୍ କୁ ଗଭୀର ସମୁଦ୍ରକୁ ଛାଡିଥିଲେ । ହେଲେ ଆଜି ସେହି ଡଲଫିନ୍ ର ମୃତ୍ୟୁ ଖବର ସାମ୍ନାକୁ ଆସିଛି।
BREAKING NEWS
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ
- Trump slams Emmanuel Macron: ‘ଖୁବ୍ଶୀଘ୍ର ମୁସଲିମ୍ ସହର ହୋଇଯିବ ପ୍ୟାରିସ୍!’ ଫ୍ରାନ୍ସର ଅଶାନ୍ତିକୁ ନେଇ ମାକ୍ରୋନ୍ଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ୍, ସୀମା ବନ୍ଦ କରିବାକୁ ପରାମର୍ଶ
- Naveen or Mohan?: ନବୀନ ନା ମୋହନ-କିଏ ଓଡ଼ିଶାର ବେଶୀ ପ୍ରିୟ? ଛାତ୍ର ନିର୍ବାଚନ ଫଳାଫଳ ଦେଲା ନୂଆ ରାଜନୈତିକ ସଙ୍କେତ!
- Low-Pressure System: ଅକ୍ଟୋବର ଶେଷରେ ପୁଣି ବାତ୍ୟା ଭୟ? ବଙ୍ଗୋପସାଗରରେ ବଳ ଗୋଟାଉଛି ଆଉ ଏକ ସିଷ୍ଟମ୍! ୨୫ ପରେ ଆଉ ଏକ ଲଘୁଚାପ!
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…

Comments are closed.