Latest Odisha News

BREAKING NEWS

ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୯ ଜଣ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାଟି ହାଇଦ୍ରାବାଦର ନାମ୍ପଲି ଅଞ୍ଚଳରେ ଅବସ୍ଥିତ ଏକ ଆପାର୍ଟମେଣ୍ଟରେ ଘଟିଥିବା ବେଳେ ସୋମବାର ସକାଳେ ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କେହି କିଛି ବୁଝିବା ପୂର୍ବରୁ ବିଲଡିଂରେ ଥିବା ଗୋଦାମରେ ନିଆଁ ଲାଗିବା ଫଳରେ ଆପାର୍ଟମେଣ୍ଟରେ ନିଆଁ ବ୍ୟାପି ଯାଇଥିଲା।

ପୋଲିସର ସୂଚନାନୁସାରେ, ନାମ୍ପାଲି ଥାନା ଅଞ୍ଚଳର ବଜାର ଘାଟରେ ଅବସ୍ଥିତ ଚାରି ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ତଳେ ଥିବା ଏକ କାର ମରାମତି କରୁଥିବା ଗ୍ୟାରେଜରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଶୀଘ୍ର ଆପାର୍ଟମେଣ୍ଟରେ ବ୍ୟାପିଯାଇଥିଲା। ଏହି ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ଅନେକ ଲୋକ ଏଥିରୁ ରକ୍ଷା ପାଇବା ପାଇଁ ମଧ୍ୟ ସୁଯୋଗ ପାଇଲେ ନାହିଁ। ଅଗ୍ନିଶମ ବିଭାଗର ଅନେକ ଗାଡି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଘଟଣାକୁ ନେଇ ସାମ୍ନାକୁ ଆସିଥିବା ଭିଡିଓରେ ଅଗ୍ନିଶମ କର୍ମଚାରୀମାନେ ଝରକା ଉପରେ ସିଡ଼ି ଲଗାଇ ବିଲ୍ଡିଂରେ ଫସି ରହିଥିବା ମହିଳା ଓ ଶିଶୁମାନଙ୍କୁ ବାହାରକୁ ନେଇଥିବାର ଦେଖିବାକୁ ମିଳିଛି। ଏହି ଦୁର୍ଘଟଣାରେ ଅନେକ ଗାଡି ପାଉଁଶ ହୋଇଯାଇଛି। ଅନେକ ଦୁଇ ଚକିଆ ଯାନରେ ନିଆଁ ଲାଗିଯାଇଛି। ବିଲଡିଂ ବାହାରେ ପାର୍କିଂ ହୋଇଥିବା ଏକ କାର ମଧ୍ୟ ଜଳି ଯାଇଛି। ଅଗ୍ନିଶମ କର୍ମଚାରୀମାନେ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି।

Comments are closed.