Latest Odisha News

BREAKING NEWS

ଦୀପ ନିଆଁରୁ ଦୁଇ ମହଲା କୋଠାରେ ଲାଗିଲା ନିଆଁ : ଜଳିଗଲା ଆସବାବପତ୍ର

ରାଉରକେଲା : ଦୀପ ନିଆଁରୁ ଲାଗିଲା ନିଆଁ  । ଆଉ ଚାହୁଁ ଚାହୁଁ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି   । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା କୋଏଲ ନଗର ଅଞ୍ଚଳରେ  । ଦୀପ ନିଆଁରୁ ଅଗ୍ନିକାଣ୍ଡ ଘଟି  ଦୁଇ ମହଲା କୋଠା ଜଳିଯାଇଛି  । ଏବଂ ସେଠାରେ ଥିବା ସମସ୍ତ  ଆସବାବପତ୍ର  ଜଳି ପୋଡି ପାଉଁଶ ହୋଇଯାଇଛି ।  ପରେ ଖବର ପାଇ ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଏହା ସହ ସିଡି ପକାଇ ଘର ଭିତରକୁ ପାଣି ସ୍ପ୍ରେ କରାଯାଉଛି ।

ନିଆଁ ଲାଗିବା ସମୟରେ ଘରେ ଜଣେ ଶିଶୁ ଓ ମାଆ ଫସି ରହିଥିଲେ । ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବର୍ତ୍ତମାନ ପର୍ଯ୍ୟନ୍ତ କେହି  ମୃତାହତ ନେଇ କୌଣସି ଖବର ଆସିନି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୦ଟା ସମୟରେ ଏହି ଅଘଟଣ ଘଟିଥିଲା । ଦୀପ ନିଆଁ ନିକଟରେ ଏକ ପେଟି ରଖାଯାଇଥିଲା । ଯେଉଁଥିରୁ ନିଆଁ ଲାଗି ତାହା ଆସ୍ତେ ଆସ୍ତେ ସମଗ୍ର କାଠାକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ପରେ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯାଇଛି ।

Leave A Reply

Your email address will not be published.