ମାଲକାନଗିରି: ପୁଣି ଲାଲବାହିନୀଙ୍କ ଲଙ୍କାକାଣ୍ଡ । ମାଲକାନଗିରି–ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଜଣେ ସିଏଏଫ୍ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ହତ୍ୟାକାଣ୍ଡର ଶିକାର ହୋଇଥିବା ଯବାନ ଜଣକ ହେଲେ କମାଣ୍ଡର ତିଜାଓ ରାମ ଭୁଆର୍ଯ୍ୟ । ସେ ବିଜାପୁର ଜିଲ୍ଲା କୁଟୁରୁ ଥାନା ଅନ୍ତର୍ଗତ ସିଏଏଫର ଚତୁର୍ଥ ବାଟାଲିୟନରେ କମାଣ୍ଡର ଭାବେ କାର୍ଯ୍ୟରତ ଥିଲେ ।
ଖବର ଅନୁଯାୟୀ, ଆଜି ସକାଳୁ ସେ କୋଣସି କାମରେ ବାହାରକୁ ଯାଇଥିବାବେଳେ, ଏହି ସମୟରେ ଯବାନଙ୍କୁ ଟାଙ୍ଗିଆରେ ଅତର୍କିତ ଆକ୍ରମଣ କରି ମାଓବାଦୀ ହତ୍ୟା କରିଥିଲେ । ମାଓବାଦୀଙ୍କ ସ୍ମଲ ଆକ୍ସନ ଟିମ ଏହି ବିଭତ୍ସହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ପରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି ।
Comments are closed.