Latest Odisha News

BREAKING NEWS

କରୋନାରେ ପ୍ରାଣ ହରାଇଲା ଆଉ ଜଣେ ମାଓନେତା

ମାଲକାନଗିରି : ମାଓ ସଙ୍ଗଠନକୁ ଘାରିଛି କରୋନା ସଂକ୍ରମଣ ଚିନ୍ତା । ଏଭଳି ସ୍ଥିତିରେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି ଆଉ ଜଣେ ମାଓନେତା । ଉତ୍ତର ତେଲେଙ୍ଗାନା ଏରିଆ କମିଟି ଚିଫ୍ ହରିଭୂଷଣ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରାଣ ହରାଇଥିବା ନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।

ଗତ ବର୍ଷ ଧରି ଛତିଶଗଡ଼ ବିଜାପୁର ଜିଲ୍ଲା ସହ ତେଲେଙ୍ଗାନା ଅଞ୍ଚଳରେ ବେଶ ସକ୍ରିୟ ଥିଲା ହରିଭୂଷଣ । ମାଓ ସଙ୍ଗଠନକୁ ମଜବୁତ୍ କରିବାରେ ତାର ମୁଖ୍ୟ ଭୁମିକା ରହିଥିଲା । ବର୍ତ୍ତମାନ ବିଜାପୁର ଅଞ୍ଚଳରେ ୧୨ରୁ ଅଧିକ ମାଓବାଦୀ କରୋନା ଆକ୍ରାନ୍ତ ରହିଥିବା ଜଣାପଡିଛି । ସେମାନଙ୍କୁ ଆତ୍ମସମର୍ପଣ କରିବା ଲାଗି ଆହ୍ବାନ ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।

Leave A Reply

Your email address will not be published.