Latest Odisha News

BREAKING NEWS

କେରଳରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ମିଳିବ ଆର୍ଥିକ ସହାୟତା

କେରଳ : ଓଡ଼ିଶା ପରେ କେରଳରେ କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ଦିଆଯିବ ଆର୍ଥିକ ସହାୟତା । ଏନେଇ ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ମହାମାରୀ କରୋନରେ ବାପା ମାଆ କିମ୍ବା ସିଙ୍ଗଲ ପ୍ୟାରେଣ୍ଟଙ୍କ ମୃତ୍ୟୁ ହୋଇଥିଲେ ପିଲାଙ୍କୁ ମାସିକ ୨ ହଜାର ଟଙ୍କାର ଆର୍ଥିକ ସହାୟତା ଦେବେ କେରଳ ସରକାର । ଅନାଥ ଓ ଅସହାୟ ପିଲାଙ୍କୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ । କେରଳ ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବୀଣା ଜର୍ଜ ଏନେଇ ଘୋଷଣା କରିଛନ୍ତି ।

ଏହାସହ କେରଳରେ ସମସ୍ତ ଅସହାୟ ପିଲାଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଫିକ୍ସ ଡିପୋଜିଟ୍ କରିବେ ରାଜ୍ୟ ସରକାର । ଏବେ ସୁଦ୍ଧା କେରଳରେ ୭୪ ଜଣ ଅନାଥ ଶିଶୁଙ୍କୁ ଚିହ୍ନଟ କରାଯାଇଛି । ପୂର୍ବରୁ ଓଡ଼ିଶା ସରକାର ଅନାଥ ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଆରମ୍ଭ କରିଛନ୍ତି । ନୂଆ ଯୋଜନାରେ ଉଭୟ ବାପା ମାଆ କିମ୍ବା ସିଙ୍ଗିଲ ପ୍ୟାରେଣ୍ଟଙ୍କୁ ହରାଇଥିବା ପିଲାଙ୍କୁ ମାସକୁ ଅଢ଼େଇ ହଜାର ଟଙ୍କା ମିଳିବ । ସେହିପରି ବାପା କିମ୍ବା ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିଲେ ମାସିକ ଦିଆଯିବ ଦେଢ଼ ହଜାର ଟଙ୍କା । ଓଡ଼ିଶାର ଏଭଳି ଘୋଷଣା ପରେ କେରଳ ସରକାର ଅନାଥ ପିଲାଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.