Latest Odisha News

BREAKING NEWS

ନବରଙ୍ଗପୁର ରାଇଘର ଅଞ୍ଚଳରେ ମାଓ ପୋଷ୍ଟର

ନବରଙ୍ଗପୁର: ପୁଣି ଥରେ ନବରଙ୍ଗପୁର ଜିଲ୍ଲା ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ରାଇଘର ଓ କୁନ୍ଦେଇ ମୁଖ୍ୟ ରାସ୍ତାରେ ଲାଲବାହିନୀ ଲଗାଇଛି ପୋଷ୍ଟର ଓ ବ୍ୟାନର । ଉଦନ୍ତି ଏରିଆ କମିଟି ପକ୍ଷରୁ ଏହି ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଛି ।

ଏଥିରେ ଡାକ୍ତର, ନର୍ସ, ଅଙ୍କନବାଡ଼ି କର୍ମୀ,  ଶିକ୍ଷକ, ଆଶାକର୍ମୀ ଇତ୍ୟାଦି ସରକାରୀ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ କରିବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଏକଜୁଟ ହେବା ପାଇଁ ଜଣସାଧାରଣଙ୍କୁ ଆହ୍ୱାନ କରାଯାଇଛି । ବ୍ୟାନରରେ ବିଭିନ୍ନ ସରକାରୀ କର୍ମଚାରୀଙ୍କ ଯାହା ଦାବି ରହିଛି ସେଗୁଡ଼ିକୁ ତୁରନ୍ତ ପୂରଣ କରାଯିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିଛି ଲାଲବାହିନୀ ।

Leave A Reply

Your email address will not be published.