ଫୁଲବାଣୀ: କନ୍ଧମାଳରେ ପୁଣି ମାଓ ଆତଙ୍କ । କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଥିବାର ଖବର ମିଳିଛି । କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆର କିଆମୁଣ୍ଡାରେ ଲଙ୍କାକାଣ୍ଡ ଘଟାଇଛନ୍ତି ମାଓବାଦୀ । ଏଠାରେ ରାସ୍ତା ନିର୍ମାଣ କାର୍ଯ୍ୟରେ ଲାଗିଥିବା ଜେସିବି, ଟ୍ରାକ୍ଟରକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି ।
ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ମାରିଥିବା ଜଣାଯାଇଛି। ଏହି ପୋଷ୍ଟରରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ଲାଗି ଚେତାବନୀ ଦିଆଯାଇଛି। ଏହାଛଡ଼ା ପୁଲିସ ଓ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ ହୋଇଛି ସିପିଆଇ ମାଓବାଦୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ପୋଷ୍ଟରରେ।
Comments are closed.