Latest Odisha News

BREAKING NEWS

ନିର୍ବାଚନ ମଇଦାନରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଟିଟିଲାଗଡ: ଆଉ ମ।ତ୍ର ଅଳ୍ପ ଦିନ ବାକି ରହିଲା ପଞ୍ଚାୟତ ନିର୍ବାଚନକୁ । ଏବେଠାରୁ ମାହୋଲ ସରଗରମ ହେବାରେ ଲାଗିଛି । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀମାନେ । କାନ୍ଥବାଡ ଯୁଆଡେ ଚାହିଁବ ପୋଷ୍ଟର ଛାଇ ହୋଇ ଗଲାଣି । । ସରପଞ୍ଚ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଥିବା ପ୍ର।ର୍ଥୀମାନେ ଭୋଟରଙ୍କୁ ହାତେଇବା ପାଇଁ ଜୋରସୋର କ୍ୟାମ୍ପେନ କରିବାରେ ଲାଗିଛନ୍ତି ।

ଟିଟିଲାଗଡ ବ୍ଲକରେ ଏଥର ୯୦ହଜାର ୪ଶହ ଭୋଟର ୨୪ ଗୋଟି ପଞ୍ଚାୟତ ମଧ୍ୟରୁ ୨୨ଗୋଟି ପଞ୍ଚାୟତର ୮୪ ଜଣ ସରପଞ୍ଚଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ । ଅନ୍ୟପଟେ ଦୁଇଟି ପଞ୍ଚାୟତର ସରପଞ୍ଚ ନିଦ୍ୱନ୍ଦରେ ରହିଛନ୍ତି । ସେଥିପାଇଁ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଭୋଟରଙ୍କୁ ନିଜ ସପକ୍ଷରେ କରିବାର ପ୍ରୟାସ ଜାରି ରଖିଛନ୍ତି।

ଟିଟିଲାଗଡରେ ଅନେକ ସସମସ୍ୟା ରହିଛି । । ପଞ୍ଚାୟତରେ ରାସ୍ତାଠାରୁ ଆରମ୍ଭ କରି ପାନୀୟ ଜଳ ଅନେକ ସମସ୍ୟା ରହିଛି ଭୋଟରଙ୍କୁ ଭେଟି ପ୍ରତିଶ୍ୁତି ହେଉଛନ୍ତି ପ୍ରାର୍ଥୀମାନେ । ସେପଟେ ଯିଏ ସମସ୍ୟା ସମ।।ଧାନ କରିପାରିବ ସେଭଳି ପ୍ରାର୍ଥୀ ଚାହୁଁଛନ୍ତି ଗ୍ରାମବାସୀ । ଏଥର ଭୋଟ କେବଳ ଛାମୁଆ ସଙ୍ଗଛନକୁ ନୁହେଁ । ବ୍ୟକ୍ତତ୍ୱ ସହ କାମ କରିପାରୁଥିବା ଲୋକଙ୍କ ସପକ୍ଷରେ ସମର୍ଥନ ଯିବ ବୋଲି ଗ୍ରାମବ।ସୀ କହିଛନ୍ତି ।

ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗଣ୍ଡାରେ ରାଜନୀତି ସରଗରମ । ପ୍ରଚାରେ ସହ ପ୍ରତିଶ୍ୁତିରେ କମ୍ପୁଛି ଗାଁ ଦାଣ୍ଡ । ହେଲେ ଏଥର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ କିଏ ବାଜିମାତ କରିବ ଫଳାଫଲ ହିଁ କହିବ

Comments are closed, but trackbacks and pingbacks are open.