Latest Odisha News

BREAKING NEWS

ମାଣ୍ଡିବିସିରେ ମାଓ ବ୍ୟାନର ଓ ପୋଷ୍ଟର ଠାବ

ରାୟଗଡ଼ା: କିଛି ଦିନର ବ୍ୟବଧାନରେ ପୁଣି ଲାଗିଲା ମାଓପୋଷ୍ଟର । ରାୟଗଡ ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡିବିଶି ଠାରେ ମାଓବାଦୀଙ୍କ ବାସଧାରା-ଘୁମସୁର-ନାଗାବଳୀ ଡ଼ିଭିଜନାଲ କମିଟି ପକ୍ଷରୁ ଆଜି ସକାଳୁ ଲାଗିଛି ବ୍ୟାନର ଓ ପୋଷ୍ଟର । ମାଣ୍ଡିବିସି ଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରେ ଦୁଇଟି ପୋଷ୍ଟର ଓ ବ୍ୟାନର ଲାଗିଥିବା ସୂଚନା ମିଳିଛି ।

ଏହି ପୋଷ୍ଟରରେ ସିଜିମାଳି, କୁଟ୍ରୁମାଳି ଓ ମାଞ୍ଜୀଙ୍ଗମାଳି ଖଣି ଖନନକୁ ଦୃଢ ବିରୋଧ କରିଛନ୍ତି ମାଓବାଦୀ । ଏଥିସହ ଖଣି ଖନନ ପାଇଁ କାର୍ଯ୍ୟ କରୁଥିବା ଦଲାଲ୍ ମାନଙ୍କୁ କାମ ଛାଡ଼ିବାକୁ ଚେତାବନୀ ଦିଆଯାଇଛି ।

ସମସ୍ତ ରାଜନୈତିକ ଦଳ ଏହି ଖଣି ଖନନ ସପକ୍ଷରେ ଥିବା ଯୋଗୁଁ ଭୋଟ ବର୍ଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ମାଓବାଦୀ ସଂଗଠନ । ଏହା ନଜରକୁ ଆସିବା ପରେ ପୋଲିସ ପହଞ୍ଚି ପୋଷ୍ଟର ଓ ବ୍ୟାନର କୁ ଜବତ କରିଛି ।

Leave A Reply

Your email address will not be published.